Latest Odisha News

ଆଜିଠୁ ଆରମ୍ଭ ଫାଷ୍ଟାଗ୍ ବାର୍ଷିକ ପାସ୍ ସୁବିଧା, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଫାଷ୍ଟାଗ୍ ବାର୍ଷିକ ପାସ୍ ଆରମ୍ଭ କରିଛି। ଏହାକୁ ନେଇ କିଛି ମାସ ପୂର୍ବରୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ।

ଏହା ଅଧୀନରେ କାର ଜିପ୍ ଏବଂ ଭ୍ୟାନ ଭଳି ଅଣ-ବାଣିଜ୍ୟିକ ଏବଂ ବ୍ୟକ୍ତିଗତ ଯାନ ପାଇଁ ମଧ୍ୟ ଟୋଲ୍ ଶୁଳ୍କର ହାରାହାରି ଖର୍ଚ୍ଚ ହ୍ରାସ କରାଯାଇପାରିବ। ତେବେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା।

ଫାଷ୍ଟାଗ୍ ବାର୍ଷିକ ପାସ୍ କିଣିବା ପାଇଁ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋରରୁ ରାଜମାର୍ଗ ଯାତ୍ରା ଆପ୍ ଡାଉନଲୋଡ୍ କରିପାରିବେ। ଏହି ଆପରେ ପାସ୍ କିଣିବା କିମ୍ବା ନବୀକରଣ କରିବାର ବିକଳ୍ପ ମିଳିବା ସହ ଆବଶ୍ୟକୀୟ ସୂଚନା ପୂରଣ କରି ଫି ଦେବା ପରେ ଏହି ପାସ୍ ସକ୍ରିୟ ହୋଇଯିବ।

ତେବେ ଏହି ପାସ୍ କେବଳ ସେହି ଯାନ ପାଇଁ କାମ କରିବ ଯାହାର ପଞ୍ଜିକରଣ ଫାଷ୍ଟାଗ୍ ସହିତ ଲିଙ୍କ୍ ହୋଇଥିବ। ଅନ୍ୟ ଗାଡ଼ି ପାଇଁ ଏହା ପ୍ରଯୁଜ୍ୟ ହେବନାହିଁ। ଏଥିସହିତ ଫାଷ୍ଟାଗ କୁ ୱିଣ୍ଡସିଲ୍ଡରେ ସଠିକ୍ ଭାବରେ ରଖିବାକୁ ପଡ଼ିବ ନଚେତ୍ ଏହା ବ୍ଲାକ ଲିଷ୍ଟ ହୋଇଯିବ। ଏହାର ବାର୍ଷିକ ମୂଲ୍ୟ ୩୦୦୦ ଟଙ୍କା ରହିବା ନେଇ ସୂଚନା ମିଳିଛି। ଏହାକୁ ଥରେ କିଣିବା ପରେ ଏହା ଗୋଟିଏ ବର୍ଷ କିମ୍ବା ୨୦୦ଟି ଟ୍ରିପ୍ ପାଇଁ ବୈଧ ହୋଇ ରହିବ। ସୀମା କିମ୍ବା ସମୟ ସମାପ୍ତ ହୋଇଗଲେ ଏହାକୁ ପୁଣି ଥରେ ନବୀକରଣ କରିବାକୁ ପଡିବ। ତେବେ ଏହି ପଦକ୍ଷେପ ଦ୍ବାରା ଟୋଲ୍ ଶୁଳ୍କର ହାରାହାରି ମୂଲ୍ୟ ୫୦ ଟଙ୍କାରୁ ହ୍ରାସ ପାଇ ୧୫ ଟଙ୍କା ହୋଇଯିବା ନେଇ ସୂତ୍ରରୁ ଜଣାପଡ଼ିଛି।

ଏହା କେବଳ ସରକାରଙ୍କ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ କାମ କରିବ। ଯାହାକି NHAI ଦ୍ୱାରା ପରିଚାଳିତ ହେଉଥିବ। କିନ୍ତୁ ଏହା ରାଜ୍ୟ ସରକାରୀ ରାଜପଥ ଏବଂ ଏକ୍ସପ୍ରେସୱେ ଯେପରିକି ଯମୁନା ଏକ୍ସପ୍ରେସୱେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଏବଂ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଇତ୍ୟାଦିରେ କାମ କରିବ ନାହିଁ।

ଏହା ଅଧୀନରେ ପ୍ରତ୍ୟେକ ଟୋଲ୍ ପାର କରିବା ପାଇଁ ୨୦୦ ଟ୍ରିପକୁ ଗୋଟିଏ ଟ୍ରିପ୍ ଭାବରେ ବିବେଚନା କରାଯିବ ଓ ଯିବା ଆସିବା ଯାତ୍ରା ଅର୍ଥାତ୍ ରାଉଣ୍ଡ ଟ୍ରିପ୍ ଦୁଇଟି ଟ୍ରିପ୍ ଭାବରେ ଗଣନା କରାଯିବ। ତେବେ ଏହା ସେହିମାନଙ୍କ ପାଇଁ ଅଧିକ ଲାଭଦାୟକ ହେବ ଯେଉଁମାନେ ବର୍ଷକୁ ଟୋଲ୍ ରାସ୍ତାରେ ୨୫୦୦ରୁ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରନ୍ତି।

Comments are closed.