ଭୁବନେଶ୍ୱର:ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି. ଏସ୍. ଜି ଗୁରୁକୁଳ ଏକ ପ୍ରି-ସ୍କୁଲ “ଗୁରୁକୁଳ ଅର୍ମାନ”ର ଶୁଭାରମ୍ଭ କରିଛି । ଏହି ବିଦ୍ୟାଳୟ ପିଲାମାନଙ୍କର ଶାରିରୀକ, ମାନସିକ ଏବଂ ବୌଦ୍ଧିକ ବିକାଶରେ ପ୍ରଯତ୍ନଶୀଳ ରହିବ । ଏଠାରେ ଉନ୍ନତ ଶିକ୍ଷା ପ୍ରଦାନ ସହିତ ପିଲାମାନଙ୍କ ପାଇଁ ଖେଳକୁଦ, ଚିତ୍ରାଙ୍କନ, ନାଚ, ଗୀତ, ଯୋଗ ଶିକ୍ଷା, ସନ୍ତରଣ ତାଲିମ ସହିତ ଅନ୍ୟାନ୍ୟ ଅତିରିକ୍ତ ପାଠ୍ୟସୂଚୀ କାର୍ପ୍ୟକଳାପ ଉପରେ ଧ୍ୟାନ ଦିଆଯିବ ।
ସ୍ୱାଧିନତା ଦିବସ ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ଶାରଦା ମିଶ୍ର ଆସନ୍ତା ୫ ବର୍ଷ ଭିତରେ ଭାରତରେ ବିଭିନ୍ନ ସ୍ଥାନରେ ଗୁରୁକୁଳ ଅର୍ମାନ୍ର ୧୦୦ ଟି ଶାଖା ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର, ଗୃହ ଏବଂ ନିର୍ମାଣ ଉନ୍ନୟନର ପୂର୍ବତନ ବିଶେଷ ସଚିବ ଆଇଏଏସ୍ ସଂଗ୍ରାମଜିତ ନାୟକ ଏବଂ ପୂର୍ବତନ ତହସିଲଦାର ଓଏଏସ୍ ଭାସ୍କର ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଟି.ଏସ୍.ଜି ଗୁରୁକୁଳର ନିର୍ଦ୍ଦେଶକ ଶିବ ପ୍ରାସଦ ମିଶ୍ର, ମଧ୍ୟ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ରଞ୍ଜିତା ମହାପାତ୍ର ଧନ୍ୟବାନ ଅର୍ପଣ କରିଥିଲେ ଏବଂ ଗୁରୁକୁଳ ଅର୍ମାନର ମୁଖ୍ୟ ସିନ୍ଧୁ ବ୍ରାଉନ ଏହି କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ।
Comments are closed.