ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । ୧୦୦ରୁ ଅଧିକ ମ୍ୟାଚରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ ରୋହିତଙ୍କ ବିଜୟ ପ୍ରତିଶତ ଅଧିକ ରହିଛି । ସେ ଏଥିରେ ରିକି ପଂଟିଂ, ଷ୍ଟିଭ ୱ, ହ୍ୟାନ୍ସି କ୍ରୋନିଏ ଓ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତଙ୍କ ବିଜୟ ପ୍ରତିଶତ ୭୩.୨୩ ରହିଛି । ପଂଟିଂ ୬୭.୯୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପଂଟିଂଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟିଭ ୱଙ୍କ ଅଧିନାୟକ ଭାବେ ପ୍ରଦର୍ଶନ ଭଲ ରହିଥିଲା । ସେ ୬୪.୩୨ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ହ୍ୟାନ୍ସି କ୍ରୋନିଏ ୬୫.୯୬ ଓ ଭାରତର ବିରାଟ କୋହଲି ୬୩.୩୨ ପ୍ରତିଶତ ସହ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ହାସଲ କରିଛନ୍ତି ।
ରୋହିତଙ୍କ ନେତୃତ୍ୱରେ ଭାରତ ୨ଟି ଆଇସିସି ଟ୍ରଫି ଜିତିଛି । ୨୦୨୪ ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତକୁ ବିଜୟୀ କରାଇଥିବା ବେଳେ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲେ । ଏବେ ରୋହିତ ୨୦୨୭ ବିଶ୍ୱକପ ଖେଳିବା ଲକ୍ଷ୍ୟରେ ରହିଛନ୍ତି । ସେଥିପାଇଁ ସେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି ।
Comments are closed.