Latest Odisha News

BREAKING NEWS

ପୁରୀ ମଲ୍ଟି ଲେବଲ୍ କାର ପାର୍କିଂରେ ଅଘଟଣ; ପ୍ରଥମ ମହଲାରୁ ଖସିଲା କାର…

ପୁରୀ: ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ୍ କାର ପାର୍କିଂରେ ଅଘଟଣ ଘଟିଛି। ପାର୍କିଂର ପ୍ରଥମ ମହଲାରୁ ଏକ ବୋଲେରୋ ଗାଡ଼ି ତଳକୁ ଖସି ପଡ଼ିବାରୁ ଗାଡ଼ିଟି ସମ୍ପୂର୍ଣ ଭାଙ୍ଗିଯାଇଛି। ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି।

ଆହତ ହୋଇଥିବା ଡ୍ରାଇଭର ହେଉଛନ୍ତି ଭଦ୍ରକ ଧାମରା ମେରାଇନ ଥାନା ବଳଭଦ୍ରପ୍ରସାଦ ଗ୍ରାମର ସଞ୍ଜୟ ସେଠୀ। ତେବେ କିଭଳି କେଉଁ ପରିସ୍ଥିିତିରେ ଗାଡିଟି ଏକ ମହଲାରୁ ତଳକୁ ଖସି ପଡିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଅନ୍ୟ ପଟେ ଶ୍ରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର ପାର୍କିଂରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ଜଣାପଡ଼ିଛି। କାର ପାର୍କିଂର ଛାତ ଚାରିପଟେ ସୁରକ୍ଷା ପ୍ରାଚୀର ରହିବା ଦରକାର। ହେଲେ ବୋଲେରୋ ଯେଉଁ ଜାଗାରୁ ତଳକୁ ଖସି ପଡ଼ିଛି ସେହି ପଟେ ଛାତରେ ସୁରକ୍ଷା ପ୍ରାଚୀର ନ ଥିଲା। ଯଦି ସୁରକ୍ଷା ପ୍ରାଚୀର ଥାନ୍ତା ତେବେ ଏହିଭଳି ଅଘଟଣ ହୋଇନଥାନ୍ତା ବୋଲି ସାଧାରଣ ଜନତା ମତ ଦେଇଛନ୍ତି।

ତେବେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଉପଯୁକ୍ତ ସୁରକ୍ଷା ନ ନଥିବାରୁ ଗାଡ଼ି ପାର୍କିଂ କରିଥିବା ଡ୍ରାଇଭର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଗନ୍ନାଥ ବଲ୍ଲଭ କାର ପାର୍କିଂ କାର୍ଯ୍ୟ ଚାଲିଥିବା ବେଳେ କାହିଁକି ପ୍ରଥମ ମହଲାରେ ଗାଡ଼ି ପାର୍କିଂ କରାଯାଉଛି ସେ ନେଇ ପ୍ରଶ୍ନ ଉଠୁଛି।

 

Comments are closed.