କୋଲକାତା: ଦୀର୍ଘ ଦିନ ପରେ ଭାରତୀୟ କ୍ରିକେଟର ମହାନ ଖେଳାଳି ସୌରଭ ଗାଙ୍ଗୁଲିଙ୍କୁ ମୂଖ୍ୟ କୋଚ ଦାୟିତ୍ୱ ମିଳିଛି । ଦକ୍ଷିଣ ଆଫ୍ରିକାର ଟି୨୦ ଲିଗ ଏସଏ୨୦ରେ ସେ ପ୍ରିଟୋରିୟା କ୍ୟାପିଟାଲ୍ସର ମୂଖ୍ୟ କୋଚ ଦାୟିତ୍ୱ ତୁଲାଇବେ । ପ୍ରଥମ ଥର ପାଇଁ ସେ କୌଣସି ପ୍ରଫେଶନାଲ ଲିଗରେ କୋଚ ହେବେ । ସୋସିଆଲ ମିଡିଆରେ ପ୍ରିଟୋରିୟା କ୍ୟାପିଟାଲ୍ସ ଏହି ଖୁସୀ ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି । ଜୋନାଥନ ଟ୍ରଟ୍ଟ ଏହି ଦାୟିତ୍ୱରୁ ହଟିବାର ଦିନକ ପରେ ଗାଙ୍ଗୁଲିଙ୍କୁ ଦଳର କୋଚ ନିଯୁକ୍ତ ହୋଇଛନ୍ତି ।
ଏସଏ୨୦ର ଆଗାମୀ ସିଜନ ୨୬ ଡିସେମ୍ବରରୁ ୨୫ ଜାନୁୟାରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ସଂସ୍କରଣରେ ଦଳ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଗତ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । କିଛି ଦିନ ତଳେ ଗାଙ୍ଗୁଲି ଟିମ ଇଣ୍ଡିଆର କୋଚ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ବିସିସିଆଇ ଅଧ୍ୟକ୍ଷ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଡବ୍ଲ୍ୟୁପିଏଲରେ ସେ କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ।
Comments are closed.