Latest Odisha News

BREAKING NEWS

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ବିଜୟ ସହ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ୍ସ ପଦକ ଜିତିଥିବା ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ବିଶ୍ୱ ଚାମ୍ପିୟନଶିପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ୟାରିସରେ ଆୟୋଜିତ ହେଉଥିବା ଏହି ମେଗା ଇଭେଂଟରେ ସିନ୍ଧୁ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ବୁଲଗେରିଆର କାଲୋୟାନା ନଲୱାଂଟୋୱାଙ୍କୁ ସିଧା ସଳଖ ଗେମରେ ହରାଇଥିଲେ । ସେ ପ୍ରଥମ ଗେମକୁ ୨୩-୨୧ ଓ ଦ୍ୱିତୀୟକୁ ୨୧-୬ରେ ଜିତିଥିଲେ । ଆରମ୍ଭରୁ ଭାରତର ଏହି ଅଭିଜ୍ଞ ଖେଳାଳି ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରୁ ନ ଥିଲେ । ୫-୯ରେ ପଛୁଆ ରହିବା ପରେ ସେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୭-୧୧ରେ ପଂଏଟ ହାସଲ କରିଥିଲେ ।

ବୁଲଗେରିଆ ଖେଳାଳିଙ୍କ କେତେକ ତ୍ରୁଟିର ଫାଇଦା ଉଠାଇ ସିନ୍ଧୁ ୧୪-୧୨ରେ ଅଗ୍ରଣୀ ରହିଥିଲେ । କଡା ସଂଘର୍ଷ ପରେ ସିନ୍ଧୁ ୨୩-୨୧ରେ ପ୍ରଥମ ଗେମକୁ ଜିତିଥିଲେ । ଦ୍ୱିତୀୟ ଗେମରେ ସେ କୌଣସି ଭୁଲ ନ କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୧-୬ରେ ହରାଇ ଦେଇଥିଲେ । ନିକଟରେ ସିନ୍ଧୁଙ୍କ ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନାହିଁ । ଏଥର ଏହି ଷ୍ଟାର ଖେଳାଳି କିଛି କମାଲ କରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।

Comments are closed.