Latest Odisha News

ଏସିଆ କପ ଟି୨୦ କ୍ରିକେଟରେ କେଉଁ ଯୋଡି ଭଙ୍ଗ କରିବେ ବଡ ପାର୍ଟନରଶିପର ରେକର୍ଡ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ ଏବେ ଏସିଆ କପ ଟି୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ମୁକାବିଲାରେ ଅନେକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଟି୨୦ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ୨୦୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଞ୍ଜୁ ସାମସନ ଓ ତିଳକ ବର୍ମା ୨୧୦ ରନର ଅପରାଜିତ ଇନିଂସ ଖେଳିଥିଲେ । ତିଳକ ୪୭ ବଲରେ ୧୨୦(୧୦ ଛକା, ୯ଚୌକା) ଓ ସଞ୍ଜୁ ୫୬ ବଲରେ ୧୦୯ ରନ କରି ଅପରାଜିତ ରହିଥିଲେ । ଭାରତୀୟ ଟି୨୦ ଇତିହାସରେ ଏହା ସବୁଠାରୁ ବଡ ପାର୍ଟନରଶିପ ।

ଏସିଆ କପରେ ଅପେକ୍ଷାକୃତ ଦୁର୍ବଳ ଟିମ ରହିଥିବାରୁ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେଉଁ ଯୋଡି ଏହି ରେକର୍ଡ ଭଙ୍ଗ କରିବେ ତାହା ଦେଖିବା କଥା । ସେପ୍ଟମ୍ବର ୧୦ରେ ୟୁଏଇ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୧୪ରେ ପାକିସ୍ତାନକୁ ଏବଂ ୧୯ରେ ଓମାନକୁ ଭେଟିବ । ୟୁଏଇ ଓ ଓମାନ ବିପକ୍ଷରେ ପାର୍ଟନରଶିପ ରେକର୍ଡ ଭଙ୍ଗ ହେବା ସମ୍ଭାବନା ରହିଛ । ଭାରତ ଏବେ ବି ଟି୨୦ରେ ଏକ ନମ୍ବର ଟିମ ହୋଇ ରହିଛି ।

Comments are closed.