Latest Odisha News

BREAKING NEWS

ଡ୍ରିମ ୧୧ ପରେ କିଏ ହେବ ବିସିସିଆଇର ଜର୍ସି ସ୍ପନଶର

ନୂଆଦିଲ୍ଲୀ: ଅନଲାଇନ ଗେମିଂ ନେଇ ସରକାର କଡା ପଦକ୍ଷେପ ଗ୍ରହଣ କରିବା ପରେ ଡ୍ରିମ ୧୧ ବିସିସିଆଇର ସ୍ପନଶର ପଦରୁ ଓହରି ଯାଇଛି । ଯାହାକି ବୋର୍ଡ ପାଇଁ ସମସ୍ୟା ସୃଷ୍ଟି କରିଛି । ୨୦୨୫ରୁ ୨୮ ପର୍ଯ୍ୟନ୍ତ ଏକ ନୂତନ ଜର୍ସି ସ୍ପନଶର ଖୋଜା ଚାଲିଛି । ଏଥିପାଇଁ ନୂତନ ସ୍ପନଶରଙ୍କୁ ୪୫୦ କୋଟି ଟଙ୍କା ପାଖାପାଖି ଦେବାକୁ ପଡିବ । ଡ୍ରିମ ୧୧ ବିସିସିଆଇ ସହିତ ୩ ବର୍ଷର ଚୁକ୍ତି କରିଥିଲା । ଏଥିପାଇଁ ବୋର୍ଡକୁ ୩୫୮ କୋଟି ଟଙ୍କର ଦେଇଥାନ୍ତା । ଏବେ ଅଧାରୁ ଚୁକ୍ତି ବାତିଲ ହୋଇଯିବାରୁ କେତେ ଟଙ୍କା ପୈଠ କରିବ କିମ୍ବା ଫେରସ୍ତ ପାଇବ ତାହା ପ୍ରକାଶ ପାଇ ନାହିଁ ।

ଏନଡିଟିଭି ରିପୋର୍ଟ ଅନୁସାରେ ୨୦୨୫ରୁ ୨୮ ପର୍ଯ୍ୟନ୍ତ ୧୪୦ ମ୍ୟାଚ ପାଇଁ ସ୍ପନଶରର ଆବଶ୍ୟକତା ରହିଛି । ସ୍ପନଶର ଘରୋଇ ଓ ବିଦେଶୀ ଉଭୟ ଦ୍ୱିପାକ୍ଷିକ ମ୍ୟାଚ ସହିତ ଏସୀୟ କ୍ରିକେଟ ପରିଷଦ ଓ ଆଇସିସି ଦ୍ୱାରା ଆୟୋଜିତ ମୁକାବିଲା ପାଇଁ ମଧ୍ୟ ଚୁକ୍ତି ରହିବ । ବିସିସିଆଇ ପ୍ରତ୍ୟେକ ଦ୍ୱିପାକ୍ଷିକ ମ୍ୟାଚ ପାଇଁ ୩.୫ କୋଟି ଓ ଆଇସିସି, ଏସିସି ମ୍ୟାଚ ପାଇଁ ୧.୫କୋଟି ଟଙ୍କାର ଟାର୍ଗେଟ କରାଯାଇଛି । ୨/୩ଟି ସ୍ପନଶର ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଏହା ଚୂଡାନ୍ତ ହୋଇପାରି ନାହିଁ । ମହିଳା ବିଶ୍ୱକପ ପୂର୍ବରୁ ବିସିସିଆଇ ସ୍ପନଶର ସମସ୍ୟାକୁ ସମାଧାନ କରିନେବ ବୋଲି ଆଶା କରାଯାଉଛି ।

Comments are closed.