ରାଜୀଗର: ଭାରତ ଏଠାରେ ଅନୁଷ୍ଠିତ ଏସିଆ କପ ହକି ଟୁର୍ଣ୍ଣାମେଂଟରେ କାଜାକସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରିଛି । ଏଥିସହ ପୁଲ ଏରେ ଶୀର୍ଷ ସ୍ଥାନରେ ରହି ଟିମ ଇଣ୍ଡିଆ ସୁପର ଫୋରରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଅଭିଷେକ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ । ସୁଖଜିତ ସିଂ ଓ ଯୁଗରାଜ ସିଂ ୩ଟି ଲେଖାଏଁ ଗୋଲ ଦେଇଥିଲେ । ଅଧିନାୟକ ହରମନପ୍ରୀତ ସିଂ, ଅମିତ ରୋହୀଦାସ, ରାଜିନ୍ଦର ସିଂ, ସଞ୍ଜୟ ସିଂ ଓ ଦିଲପ୍ରୀତ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । କାଜକସ୍ତାନ ଗୋଟିଏ ବି ଗୋଲ ସ୍କୋର କରିବାରେ ସଫଳ ହୋଇପାରି ନ ଥିଲା । ଭାରତ ତାର ପ୍ରଥମ ୨ଟି ମ୍ୟାଚରେ ଚୀନ ଓ ଜାପାନକୁ ପରାସ୍ତ କରିଥିଲା ।
ଏହି ଟୁର୍ଣ୍ଣାମେଂଟର ବିଜେତା ଆସନ୍ତା ବର୍ଷ ବେଲଜିୟମ ଓ ନେଦରଲାଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ସମ୍ପୂର୍ଣ୍ଣ ଏକତରଫା ଭାବେ ୭-୦ରେ ଅଗ୍ରଣୀ ରହିଥିଲା । ଶେଷ ୧୫ ମିନିଟରେ ଭାରତ ପକ୍ଷରୁ ୪ଟି ଗୋଲ ଦିଆ ଯାଇଥିଲା । ଟିମ ଇଣ୍ଡିଆ ଜବରଦସ୍ତ ଫର୍ମରେ ଥିବାରୁ ଟାଇଟଲର ମୂଖ୍ୟ ଦାବୀଦାର ଭାବେ ବିବେଚନା କରାଯାଉଛି ।
Comments are closed.