Latest Odisha News

BREAKING NEWS

କାହିଁକି ଗୋମାଂସ ଖାଆନ୍ତି ନାହିଁ ସଲମାନ ଖାନଙ୍କ ପରିବାର, ସତ କହିଲେ ପିତା…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ଏକ ସାକ୍ଷାତକାରରେ ତାଙ୍କ ପରିବାର, ସଂସ୍କୃତି, ଖାଦ୍ୟାଭ୍ୟାସ, ଧର୍ମ ଏବଂ ପର୍ବପର୍ବାଣୀ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ।

ତାଙ୍କ ପରିବାରରେ ଇଦ ଠାରୁ ଆରମ୍ଭ କରି ଗଣେଶ ଚତୁର୍ଥୀ ପର୍ଯ୍ୟନ୍ତ ସମସ୍ତ ପର୍ବ ଧୁମଧାମରେ ପାଳନ କରିଥାନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପରିବାର ଇନ୍ଦୋରରେ ରହୁଥିବା ସମୟଠାରୁ ଆଜି ପର୍ଯ୍ୟନ୍ତ କେବେ ବି ଗୋମାଂସ ଖାଇନାହାନ୍ତି। ଅଧିକାଂଶ ମୁସଲମାନମାନେ ଗୋମାଂସ ଖାଆନ୍ତି କାରଣ ଏହା ସବୁଠାରୁ ଶସ୍ତା ଅଟେ। କେତେକ ପୋଷା କୁକୁରଙ୍କୁ ମଧ୍ୟ ଖାଇବାକୁ କିଣନ୍ତି, କିନ୍ତୁ ପୈଗମ୍ବର ମହମ୍ମଦଙ୍କ ଶିକ୍ଷା ଅନୁସାରେ ଗାଈ କ୍ଷୀର, ମା’ କ୍ଷୀରର ବିକଳ୍ପ ଅଟେ। ତେଣୁ ଏହା ଖାଇବା ନିଷେଧ ଅଟେ।

ସଲିମ ଖାନ ଆହୁରି କହିଛନ୍ତି, ପୈଗମ୍ବର ମହମ୍ମଦ ପ୍ରତ୍ୟେକ ଧର୍ମରୁ ଭଲ ଜିନିଷ ଗ୍ରହଣ କରିଛନ୍ତି। ପ୍ରତ୍ୟେକ ଧର୍ମ ଭଲ ଓ ଆମେ ସର୍ବୋଚ୍ଚ ଶକ୍ତିରେ ବିଶ୍ୱାସ କରୁ ଓ ହଲାଲ ମାଂସ ଖାଇବା ନୀତିକୁ ହିଁ କେବଳ ଯିହୂଦୀମାନଙ୍କଠାରୁ ଗ୍ରହଣ କରାଯାଇଥିଲା ଯାହାକୁ କୋଶେର କୁହାଯାଏ ବୋଲି ସେ କହିଥିଲେ। ଏଥିସହିତ ସେ ପିଲାଦିନେ ଇନ୍ଦୋରରେ ହିନ୍ଦୁ ପଡ଼ୋଶୀମାନଙ୍କ ସହିତ ରହୁଥିବା ନେଇ ବଖାଣିଛନ୍ତି।

ତେବେ ସଲିମ୍ ଖାନ, ସଲମା ଖାନଙ୍କୁ ବିବାହ କରିଥିଲେ। ଯିଏକି ହିନ୍ଦୁ ଥିଲେ ଓ ତାଙ୍କ ନାମ ସୁଶୀଳା ଚରକ ଥିଲା। ତାଙ୍କ ଶ୍ୱଶୁର ଜଣେ ଦନ୍ତ ଚିକିତ୍ସକ ଥିବା ସହିତ ଡୋଗ୍ରା ସମ୍ପ୍ରଦାୟର ଥିଲେ। ପରେ ଉଭୟ ହିନ୍ଦୁ ଏବଂ ମୁସଲିମ୍ ରୀତିନୀତିରେ ଦୁହିଁଙ୍କ ବିବାହ ହୋଇଥିଲା।

 

Comments are closed.