Latest Odisha News

BREAKING NEWS

ପୋଲିସକୁ ଗୁଳି କରି ଚମ୍ପଟ୍ ମାରିଲେ ଆପ୍ ବିଧାୟକ

ଚଣ୍ଡୀଗଡ଼: ପଞ୍ଜାବ ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା।

ପୋଲିସ ଅଭିଯୋଗ ଅନୁଯାୟୀ, ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଏବଂ ଜଣେ ପୋଲିସକର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢାଇ ଦେଇଥିଲେ। ଯାହାଫଳରେ ସେ ଆହତ ହୋଇଥିଲେ।

ବିଧାୟକଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି। ଏହାରି ମଧ୍ୟରେ ପଠାଣମାଜରା ଏକ ଭିଡିଓ ଜାରି କରି ତାଙ୍କ ନିଜ ଦଳର ନେତୃତ୍ୱ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ପଠାଣମାଜରାଙ୍କୁ ମଙ୍ଗଳବାର ସକାଳେ ହରିୟାଣାର କରନାଲ ଜିଲ୍ଲାର ଡାବରି ଗାଁରୁ ତାଙ୍କ ସମ୍ପର୍କୀୟଙ୍କ ଘରୁ ଗିରଫ କରାଯାଇଥିଲା। ତାଙ୍କୁ ପଟିଆଲାର ଏକ ସ୍ଥାନୀୟ ପୋଲିସ ଷ୍ଟେସନକୁ ନିଆଯାଉଥିବା ସମୟରେ ସେ ଏବଂ ତାଙ୍କ ସହଯୋଗୀମାନେ ପୋଲିସ ଉପରେ ଗୁଳି ଚଳାଇ ଏକ ଧଳା SUV ଗାଡ଼ିରେ ଖସି ପଳାଇଥିଲେ।

ସୋମବାର ରାତିରେ ସନୌର ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କ ବିରୁଦ୍ଧରେ ପଟିଆଲାର ସିଭିଲ୍ ଲାଇନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଜିରକପୁରର ଜଣେ ମହିଳାଙ୍କ ଅଭିଯୋଗ ଉପରେ ଏହି ଏଫଆଇଆର ରୁଜୁ ହୋଇଥିଲା। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ବିଧାୟକ ନିଜ ବିବାହ କଥା ଲୁଚାଇ ତାଙ୍କ ସହିତ ସମ୍ପର୍କ ରଖିଥିଲେ ଏବଂ ୨୦୨୧ ମସିହାରେ ତାଙ୍କୁ ବିବାହ କରିଥିଲେ।

ତେବେ ପୂର୍ବ ବିବାହ କଥା ଜାଣିବା ପରେ ମହିଳା ଜଣକ ତାଙ୍କ ବିରୁଦ୍ଧରେ ଯୌନ ଶୋଷଣ, ଧମକ ଦେବା ଏବଂ ପ୍ରତାରଣା ଭଳି ଅଭିଯୋଗ କରିଥିଲେ। ଯାହା ପରେ ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୩୭୬, ୪୨୦ ଏବଂ ୫୦୬  ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

 

Comments are closed.