ଭୁବନେଶ୍ୱର: ଅକ୍ଟୋବର ୧୧ରୁ ୧୫ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୨୮ତମ ଆଇଟିଟିଏଫ-ଏଟିଟିୟୁ ଏସିଆନ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ ଆୟୋଜିତ ହେବ । ଲଣ୍ଡନରେ ହେବାକୁ ଥିବା ୨୦୨୬ ବିଶ୍ୱ ଟିମ ଟେବୁଲ ଟେନିସ ଚାମ୍ପିୟନଶିପ ଫାଇନାଲ ଖେଳିବା ପାଇଁ ଏହା ମାଧ୍ୟମରେ ଯୋଗ୍ୟତା ଅର୍ଜନ କରାଯାଇ ପାରିବ । ଭାରତର ଉଭୟ ପୁରୁଷ ଓ ମହିଳା ଟିମ ଡବ୍ଲ୍ୟୁଟିଟିସି ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଦକ୍ଷିଣ ଏସୀୟ ଆଂଚଳିକ ଚାମ୍ପିୟନଶିପରେ ଚାମ୍ପିୟନ ହୋଇ ଭାରତ ଯୋଗ୍ୟତା ଅର୍ଜନ କରିଥିଲା ।
ତେବେ ଏଟିଟିସିରେ ଅଂଶଗ୍ରହଣ କରୁ୍ଥିବା ୨୨ଟି ଟିମ ମଧ୍ୟରୁ ୧୨ଟି ମହାଦେଶୀୟ ଯୋଗ୍ୟତା ଅର୍ଜନ କରିବେ । ପରେ ସେମାନେ ବିଶ୍ୱ ଟିଟି ଚାମ୍ପିୟନଶିପ ଫାଇନାଲ ଖେଳିବା ପାଇଁ ଉଦ୍ୟମ କରିବେ । ଚୀନ, ଜାପାନ ଓ କୋରିଆର ଖେଳାଳିମାନଙ୍କ ପାଇଁ ଏହି ଚାମ୍ପିୟନଶିପ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱଟିଟି ଚାମ୍ପିୟନଶିପ ଫାଇନାଲରେ ଓଭରାଲ ୬୪ ଦଳ(ପୁୁରୁଷ, ମହିଳା) ଅଂଶଗ୍ରହଣ କରିବେ । ୫୨ଟି ଦଳ ନିଜ ନିଜ ମହାଦେଶୀୟ ପ୍ରତିଯୋଗିତା ମାଧ୍ୟରେ ଯୋଗ୍ୟତା ଅର୍ଜନ କରିବେ । ଅବଶିଷ୍ଟ କୋଟା ବିଶ୍ୱ ଦଳଗତ ର୍ୟାଙ୍କିଙ୍ଗ ଆଧାରରେ ପୂରଣ କରାଯିବ ।
Comments are closed.