Latest Odisha News

ଧନଶ୍ରୀଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଚହଲ…

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମା ୨୨ ଡିସେମ୍ବର, ୨୦୨୦ରେ ବିବାହ କରିଥିଲେ। ଓ ପରେ ୨୦ ମାର୍ଚ୍ଚ, ୨୦୨୫ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ତେବେ ଉଭୟ ୨୦୨୨ରୁ ଅଲଗା ରହୁଥିବା ନେଇ ମଧ୍ୟ ରିପୋର୍ଟରୁ ଜଣାପଡ଼ିଛି।

ନିକଟରେ ଏକ ରିଆଲିଟି ଶୋ’ରେ ଧନଶ୍ରୀ ଚହଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଥିଲେ ଯେ ଚହଲ ବିବାହର ମାତ୍ର ଦୁଇ ମାସ ପରେ ତାଙ୍କ ସହ ବିଶ୍ବାସଘାତକତା କରିଥିଲେ। ଯାହାକୁ ନେଇ ମୁହଁ ଖୋଲିଛନ୍ତି ଚହଲ।

ତେବେ ୟୁଜଭେନ୍ଦ୍ର ଚହଲ ଏକ ସାକ୍ଷାତକାରରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଆମର ବିବାହ ସାଢ଼େ ୪ ବର୍ଷ ଚାଲିଥିଲା। ଯଦି କେହି ବିବାହର ଦୁଇ ମାସ ମଧ୍ୟରେ ପ୍ରତାରଣା ଆରମ୍ଭ କରିବ ତେବେ ସମ୍ପର୍କ ଏତେ ଦିନ କିପରି ଚାଲିବ? ସେ ତାଙ୍କ ଜୀବନରେ ଆଗକୁ ବଢ଼ିସାରିଛନ୍ତି ଓ ଅନ୍ୟମାନେ ମଧ୍ୟ ଏପରି କରିବା ଉଚିତ୍। ସେମାନଙ୍କ ଘର ମୋ ନାମରେ ଚାଲିଛି, ତେଣୁ ସେମାନେ ଏପରି କହିବା ଓ କରିବା ଜାରି ରଖିଛନ୍ତି ବୋଲି ଚହଲ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ କେହି କିଛି ବି କହିଲେ ଏହା ସୋସିଆଲ ମିଡିଆରେ ତୁରନ୍ତ ବ୍ୟାପିଯାଏ ଓ ଶହ ଶହ କାହାଣୀ ମଧ୍ୟ ସୃଷ୍ଟି ହୋଇଯାଏ। କିନ୍ତୁ ଏସବୁ ମଧ୍ୟରେ କେବଳ ଗୋଟିଏ ସତ୍ୟ ଅଛି। ମୋ ପାଇଁ ଏହି ଅଧ୍ୟାୟ ବନ୍ଦ ହୋଇଯାଇଛି ଓ ମୁଁ ଏହା ବିଷୟରେ ଆଉ କେବେ କଥା ହେବାକୁ ଚାହୁଁନାହିଁ।

କିଛି ଦିନ ପୂର୍ବରୁ ଧନଶ୍ରୀ ରିଆଲିଟି ଶୋ ରାଇଜ୍ ଆଣ୍ଡ ଫଲ୍ ରେ ଚହଲଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ଚହଲ ବିବାହର ଦୁଇମାସ ପରେ ହିଁ ପ୍ରତାରଣା କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

 

Comments are closed.