Latest Odisha News

BREAKING NEWS

କୁମିନ୍ସଙ୍କ ବୟାନ ପରେ ଜୋର ଧରିଲା ବିରାଟ, ରୋହିତଙ୍କ ଅବସର ଆଲୋଚନା

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଶେଷ ପର୍ଯ୍ୟାୟରେ । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । ଟିମ ଇଣ୍ଡିଆ ଏବେ ଦିିନିକିଆ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ରୋହିତ ଓ ବିରାଟଙ୍କ ଏହା ଶେଷ ଗସ୍ତ ହେବ ବୋଲି କୁହାଯାଇଛି । ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସଙ୍କ ଏକ ବୟାନ ସେମାନଙ୍କ କ୍ୟାରିୟର ଉପରେ ପୂନର୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁମିନ୍ସ କହିଛନ୍ତି ୧୫ ବର୍ଷ ହେବ ଏହି ଦୁଇ କ୍ରିକେଟର ଭାରତ ପାଇଁ କ୍ରମାଗତ ଖେଳି ଆସୁଛନ୍ତି ।

ଅଷ୍ଟ୍ରେଲିଆ ଦର୍ଶକଙ୍କ ନିକଟରେ ସେମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେମାନଙ୍କୁ ଖେଳିବା ଅବସ୍ଥାରେ ଦେଖିବା ଅଷ୍ଟ୍ରେଲିଆ ଦର୍ଶକଙ୍କ ପାଇଁ ଶେଷ ସୁଯୋଗ ବୋଲି କହିଛନ୍ତି । ରୋହିତ ଓ ବିରାଟ ଅଷ୍ଟ୍ରେଲିଆ ଗସ୍ତ ପରେ ହଠାତ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଏବେ ଦିନିକିଆ ସିରିଜ ପରେ ସେମାନେ ଅବସର ନେଇଯିବେ ବୋଲି ଆଶଙ୍କା କରାଯାଉଛି । ୨୦୨୭ ବିଶ୍ୱକପ ଖେଳିବା ଆମର ସ୍ୱପ୍ନ ବୋଲି ଏହି ଦୁଇଜଣ ପୂର୍ବରୁ ସ୍ପଷ୍ଟ କରିଛନ୍ତି ।

Comments are closed.