ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ଦିନିକିଆ କ୍ରିକେଟ ସିରିଜ । ଉଭୟ ଟିମ ନିଜକୁ ଆନ୍ତର୍ଜାତୀୟସ୍ତରରେ ଚାମ୍ପିୟନ ଭାବେ ପ୍ରମାଣିତ କରିଥିବାରୁ ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏଥର ଟିମ ଇଣ୍ଡିଆ ନୂଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳିବ । ଗିଲ ପ୍ରଥମ ଥର ପାଇଁ ଦିିନିକିଆରେ ବଡ ଚ୍ୟାଲେଞ୍ଜରେ ସମ୍ମୁଖୀନ ହେବାକୁ ଯାଉଛି । ତେବେ ସିରିଜରେ ସମ୍ପୂର୍ଣ୍ଣ ଭାବେ ନଜର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ରହିବ । ଉଭୟ ଅଷ୍ଟ୍ରେଲିଆରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି ସିରିଜରେ ସେମାନଙ୍କ ପ୍ରଦର୍ଶନ ସ୍ପଷ୍ଟ କରିବ ଆଗାମୀ ଦିନିକିଆ ବିଶ୍ୱକପରେ ଉଭୟ ଖେଳିବେ କି ନାହିଁ ।
ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆ ପ୍ରଥମ ଦିନିକିଆ ସିରିଜ ଖେଳିବାକୁ ଯାଉଛି । କୋହଲି ଓ ରୋହିତଙ୍କ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ ହୋଇଥିବାରୁ ସେମାନେ ସ୍ମରଣୀୟ କରିବା ପାଇଁ ଚାହିଁବେ । ଉଭୟ ଦେଶ ମଧ୍ୟରେ ଓଭରାଲ ୧୫୨ ଦିନିକିଆ ମ୍ୟାଚ ଖେଳାଯାଇଛି । ଅଷ୍ଟ୍ରେଲିଆ ୮୪ ଓ ଭାରତ ୫୮ ମ୍ୟାଚରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆରେ ଉଭୟ ଦେଶ ମଧ୍ୟରେ ୫୪ ମ୍ୟାଚ ଖେଳାଯାଇଛି । ଅଷ୍ଟ୍ରେଲିଆ ୩୮ ଓ ଭାରତ ୧୪ ମ୍ୟାଚରେ ଜିତିଛନ୍ତି । ୨ଟି ମ୍ୟାଚ ଫଳାଫଳ ଶୂନ୍ୟ ରହିଛି । ପର୍ଥରେ ୬୦ ପ୍ରତିଶତ ବର୍ଷା ସମ୍ଭାବନା ରହିଛି । ଏଠାରେ ଭାରତ ଗୋଟିଏ ବି ଦିିନିକିଆ ମ୍ୟାଚ ଖେଳିନି । ଘରୋଇ ଦଳ ୩ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ । ୩ଟିରୁ ୨ଟି ମ୍ୟାଚ ଚେଜ କରିବା ଟିମ ଜିିତିଛି ।
Comments are closed.