ଢାକା: ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଅପରାହ୍ନରେ ଗେଟ୍ ନମ୍ୱର ୮ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି।
ତେବେ ଅଗ୍ନିକାଣ୍ଡ ଯୋଗୁଁ ସମସ୍ତ ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ସେଠାରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ୯ଟି ଅଗ୍ନିଶମ ୟୁନିଟ୍ ପଠାଯିବା ପରେ ମଧ୍ୟ ଆହୁରି ୧୫ଟି ଅତିରିକ୍ତ ୟୁନିଟ୍ ପଠାଯାଇଥିବା ନେଇ ଅଗ୍ନିଶମ ସେବାର ମୁଖପାତ୍ର ତଲହା ବିନ୍ ଜଶିମ କହିଛନ୍ତି।
ଏହି ଅଗ୍ନିକାଣ୍ଡରେ ସମସ୍ତ ବିମାନ ସୁରକ୍ଷିତ ଥିବା ନେଇ ବିମାନବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପରିସ୍ଥିତି ସ୍ପଷ୍ଟ ହେବା ପରେ ଅଧିକ ସୂଚନା ଦିଆଯିବ ବୋଲି କୁହାଯାଇଛି। ବାଂଲାଦେଶ ସିଭିଲ୍ ଏଭିଏସନ୍ ଅଥରିଟି, ଅଗ୍ନିଶମ ସେବା, ବାଂଲାଦେଶ ନୌସେନା ଏବଂ ବାୟୁସେନା ସମେତ ବହୁ ସଂସ୍ଥା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ତେବେ ବାଂଲାଦେଶକୁ ଆସୁଥିବା ଅନେକ ଉଡ଼ାଣକୁ ଚିଟାଗଙ୍ଗର ଶାହ ଅମାନତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସିଲହଟର ଓସମାନି ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିବା ନେଇ ସୂଚନା ଦିଆଯାଇଛି।
Comments are closed.