Latest Odisha News

BREAKING NEWS

ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ୍!

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ୍ ଥିବା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏଠାରେ ସେକ୍ସ ରାକେଟ ଚାଲିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ଅଞ୍ଚଳରୁ ଉକ୍ତ ନାବାଳିକାକୁ ଆଣି ଜୋରଜବରଦସ୍ତ ସେକ୍ସ ରକେଟରେ ନିୟୋଜିତ କରାଯାଇଥିଲା। ଏନେଇ ସୂଚନା ମିଳିବା ପରେ ପୋଲିସ ଚଢ଼ାଉ କରିଥିଲା।

ତେବେ ଘର ଭିତରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସ ପ୍ରକାଶ କରିଛି। ଘର ଭିତରୁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୪ ନାବାଳିକା ଉଦ୍ଧାର ହୋଇଥିଲେ। ଏହି ଘଟଣାରେ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଘର ମାଲିକଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ନାବାଳିକା ଜଣଙ୍କ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁରେ ଅଛନ୍ତି। ପୋଲିସ‌ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଅଶୋକ ନଗର ରାସ୍ତା କଡ଼ରୁ ନାବାଳିକାଙ୍କୁ ମୁର୍ମୁଷୁ ଅବସ୍ଥାରେ ପଡିଥିବାର ଦେଖି କିଛି ଅଟୋ ଚାଳକ ପୋଲିସକୁ ଖବର ଦେଇଥିଲେ।

 

 

 

Comments are closed.