Latest Odisha News

BREAKING NEWS

ଇନ୍ଦୋରର ବୋହୂ ହେବେ ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ବଲିଉଡ ଓ କ୍ରିକେଟ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ଏବେ ଏହି ଫର୍ଦ୍ଦରେ ଆଉ ଦୁଇ ଜଣଙ୍କ ନାମ ଯୋଡି ହେବାକୁ ଯାଉଛି । ଭାରତର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଇନ୍ଦୋରର ବୋହୂ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଫିଲ୍ମ ପ୍ରଡ୍ୟୁସର ଓ ଗାୟକ ପଲାଶ ମୁଛଲଙ୍କୁ ସେ ବିବାହ କରିବେ । ଦୀର୍ଘ ସମୟ ହେବ ଏହି ଦୁଇଜଣଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଖବର ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ଉଭୟଙ୍କ ଏକତ୍ର ଫଟୋ ଅନେକ ସମୟରେ ଦେଖିବାକୁ ମିଳିଛି । ନିକଟରେ ପଲାଶ କହିଛନ୍ତି ସ୍ମୃତି ଖୁବ ଶୀଘ୍ର ଇନ୍ଦୋରକୁ ବୋହୂ ହୋଇ ଆସିବେ ।

ସ୍ମୃତି ଏବେ ଆଇସିସି ମହିଳା ଦିନିକିଆ ବିଶ୍ୱକପ କ୍ରିକେଟରେ ଖେଳୁଛନ୍ତି । ଅକ୍ଟୋବର ୧୯ରେ ଇଂଲଣ୍ଡକୁ ଭେଟିବ ଭାରତ । ସ୍ମୃତି ଏଥିନେଇ ଜୋରଦାର ପ୍ରସ୍ତୁତି ଜାରୀ ରଖିଛନ୍ତି । ଏହି ବିଶ୍ୱକପରେ ସ୍ମୃତି ଜବରଦସ୍ତ ଫର୍ମରେ ଅଛନ୍ତି । ଢ଼ିଶକ୍ୟାୟଂ ଫିଲ୍ମ ମାଧ୍ୟମରେ ପଲାଶ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ସେ ବଲିଉଡରେ କମ ବୟସରେ ଗୀତ ଗାଇବାରେ ସେ ରେକର୍ଡ କରିଛନ୍ତି । ତାଙ୍କ ଭଉଣୀ ପଲାଶଙ୍କ ଭଉଣୀ ପଲକ ମଧ୍ୟ ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରେ ପରିଗଣିତ ହୁଅନ୍ତୁ । ପଲାଶ ଏବେ ରାଜୁ ବ୍ୟାଣ୍ଡ ୱାଲା ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ।

Comments are closed.