କେନ୍ଦୁଝର: କେନ୍ଦୁଝର ପୋଲିସ ଚୋରି ମୋବାଇଲ ଓ ବାଇକ ଫେରାଇଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ହୋଇଥିଲା ଚୋରି । କେନ୍ଦୁଝର ଏସପି ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ବାଇକ ଓ ୧୦୨ ମୋବାଇଲକୁ ପ୍ରକୃତ ହିତାଧିକାରୀଙ୍କୁ ଫେରାଯାଇଛି । ସୂଚନାଥାଉକି, ଏସପି ସମସ୍ତ ଗାଡି ଓ ମୋବାଇଲର କାଗଜପତ୍ର ଯାଂଚ କରାଯାଇ ମାଲିକମାନଙ୍କୁ ପ୍ରଦାନ କରିଛନ୍ତି ।
କାର୍ଯ୍ୟକ୍ରମରେ ଡିଏଫଓ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ହଜିଲା ଜିନିଷ ଫେରିପାଇଥିବା ଲୋକେ ଖୁସିବ୍ୟକ୍ତ କରିଥିଲେ । ଏତିସହ ପୋଲିସର ପ୍ରଂଶସା କରିଛନ୍ତି ।
ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍କୁଟର ୫ ବର୍ଷ ତଳେ ହଜିଯାଇଥିଲା, ଏବେ ତାଙ୍କର ବି ପରଲୋକ ହୋଇସାରିଛି । ତାଙ୍କର ବର୍ତ୍ତମାନ ପୁଅ ଓ ନାତି ସ୍କୁଟର ଟି ନେବାକୁ ଆସିଥିଲେ ।
Comments are closed.