ଆଡିଲେଡ: ରୋହିତ ଶର୍ମା କେବେ ଅବସର ନେବେ ସେ ନେଇ ବେଶ କିଛି ଦିନ ହେବ ଆଲୋଚନା ଜୋର ଧରିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଅନୁମାନ କରାଯାଉଥିଲା । ଏବେ ଏ ନେଇ କୋଚ ଗୌତମ ଗମ୍ଭୀର ବଡ ଖୁଲାସା କରିଛନ୍ତି । ରୋହିତଙ୍କ ସହ ଗମ୍ଭୀରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶୁଭମନ ଗିଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ଆଡିଲେଡ ମ୍ୟାଚ ପରେ ଖେଳାଳିମାନେ ହୋଟେଲକୁ ଆସୁଛନ୍ତି । ଗମ୍ଭୀର ଆଗେ ଆଗେ ଯାଉଥିବା ବେଳେ ରୋହିତଙ୍କୁ ପାଟି କରି କହିଥିଲେ, ତୁମେ ଏକ ଫଟୋ ଲଗାଇ ଦିଅ । ସମସ୍ତଙ୍କୁ ଲାଗୁଛି ଏହା ତୁମର ବିଦାୟକାଳୀନ ମ୍ୟାଚ । ଗମ୍ଭୀରଙ୍କ ଏହି କଥାରେ ରୋହିତ ଏବଂ ଗିଲ ହସୁଥିବା ଦେଖିବାକୁ ମିଳିଛି ।
ଏଥିରୁ ସ୍ପଷ୍ଟ ହୋଇଛି ଯେ, ରୋହିତ ଅଷ୍ଟ୍ରେଲିଆ ଗସ୍ତ ପରେ ଅବସର ନେଉ ନାହାନ୍ତି । ନିଜକୁ ଫିଟ ରଖିବା ସହ ରୋହିତ ଆଡିଲେଡରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ ମଧ୍ୟ କରିଛନ୍ତି । ସେ ଫର୍ମକୁ ଫେରିବା ସହ ଫିଟ ମଧ୍ୟ ଅଛନ୍ତି । ଅବସର ନେବାର ଥିଲେ ସେ ଏଥିପାଇଁ ଏତେ ପରିଶ୍ରମ କରି ନ ଥାନ୍ତେ । ରୋହିତ ଏବଂ କୋହଲି ଏବେ ବି ୨୦୨୭ ବିଶ୍ୱକପ ଖେଳିବା ପାଇଁ ଚାହୁଁଛନ୍ତି । କୋହଲି ୨ଟି ମ୍ୟାଚରେ ଶୂନରେ ଆଉଟ ହେବା ପରେ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଛନ୍ତି ।
Comments are closed.