Latest Odisha News

BREAKING NEWS

ମହିଳା ବିଶ୍ୱକପ କ୍ରିକେଟ: ଅଦ୍ଭୁତ ସଂଯୋଗ ଟିମ ଇଣ୍ଡିଆ ଫାଇନାଲ ଖେଳିବ ନିଶ୍ଚିତ !

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱକପ କ୍ରିକେଟରେ ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛି । ଆଇସିସି ଟୁର୍ଣ୍ଣାମେଂଟରେ ଭାରତ ଯେବେ ବି ନ୍ୟୁଜିଲାଣ୍ଡକୁ ହରାଇଛି ଫାଇନାଲରେ ପ୍ରବେଶ କରିଛି । ଅବଶ୍ୟ ଏହା ସଂଯୋଗ । ମାତ୍ର ଏହି ସଂଯୋଗ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଅନେକ ଆଶା ସଂଚାର କରିଛି । ମହିଳା ବିଶ୍ୱକପରେ ଭାରତ ୧୪ରୁ ୩ ଥର ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୨୦୦୫ରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ୨୦୧୭ରେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପରେ ଭାରତ ୧୮୬ରନ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲ ପର୍ଯ୍ୟନ୍ତ ଯାତ୍ରା କରିଥିଲା ।

ଚଳିତ ସଂସ୍କରଣରେ ଭାରତ ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ୫୩ ରନରେ ନ୍ୟୁଜିଲାଣ୍ଡ ହରାଇ ସେମିକୁ ଉନ୍ନୀତ ହୋଇଛି । ଚଳିତ ଟୁର୍ଣ୍ଣାମେଂଟରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେମିଫାଇନାଲ ମ୍ୟାଚ ଏ ପର୍ଯ୍ୟନ୍ତ ଖେଳାଯାଇ ନାହିଁ । ୨୦୨୫ ସଂସ୍କରଣ ଘରୋଇ ପରିବେଶରେ ଖେଳା ଯାଉଥିବାରୁ ଭାରତ ଟାଇଟଲ ହାସଲ କରୁ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଯଦି ଏଥିରେ ଟିମ ଇଣ୍ଡିଆ ସଫଳ ହୁଏ ତେବେ ଏହା ମହିଳା ଦିନିକିଆ ବିଶ୍ୱକପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହେବ ।

Comments are closed.