Latest Odisha News

BREAKING NEWS

ତୃତୀୟ ଦିିନିକିଆ, ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ ଦିନିକିଆ ଓ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଟିମ ତାର ଦଳ ଘୋଷଣା କରିଛି । ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମୁକାବିଲା ସିଡନୀରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ମାର୍ନସ ଲାବୁଶେନଙ୍କ ରିଲିଜ କରାଯାଇଥିବା ବେଳେ ଜ୍ୟାକ ଏଡୱାର୍ଡସ ଓ ମାଥ୍ୟୁ କୁହେମ୍ୟାନଙ୍କୁ ଦଳରେ ସାମିଲ କରାଯାଇଛି । ଅକ୍ଟୋବର ୨୯ରୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ।

ଶେଷ ୩ଟି ଟି୨୦ ମ୍ୟାଚ ପାଇଁ ଗ୍ଲେନ ମ୍ୟାକ୍ସୱେଲ ଓ ମହଲୀ ବିୟର୍ଡମେଭଙ୍କୁ ଦଳରେ ନିଆଯାଇଛି । ଜୋଷ ହାଜେଲଉଡ ପ୍ରଥମ ୨ଟି ଟି୨୦ରେ ଟିମରେ ଅଂଶବିଶେଷ ହେବେ । ସେହିପରି ଶେଷ ୨ଟି ମ୍ୟାଚ ନିମନ୍ତେ ସୀନ ଏବୋଟ ଖେଳିବେ ନାହିଁ । ଏହା ମାଧ୍ୟମରେ ଉଭୟ ବୋଲର ଆଶେସ ସିରିଜ ପାଇଁ ପ୍ରସ୍ତୁତି କରିବେ ।
ତୃତୀୟ ଦିନିକିଆ ପାଇଁ ଅଷ୍ଟ୍ରେଲିଆ ଦଳ: ମିଚେଲ ମାର୍ଶ(ଅଧିନାୟକ), ଜେଭିୟର ୱାର୍ଟଲେଟ, ଆଲେକ୍ସ କ୍ୟାରୀ, କୂପର କୋନୋଲୀ, ଜ୍ୟାକ ଏଡୱାର୍ଡ୍ସ, ନାଥାନ ଏଲିସ, ଜୋଶ ହାଜେଲଉଡ, ଟ୍ରେଭିସ ହେଡ, ଜୋଶ ଇଂଲିଶ, ମାଥ୍ୟୁ କୁହେନମ୍ୟାନ, ମିଚେଲ ଓୱେନ, ଜୋଶ ଫିଲିପ୍ସ, ମାଥ୍ୟୁ ରେନଶ, ମାଥ୍ୟୁ ଶର୍ଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।
ଟି୨୦ ଟିମ: ମିଚେଲ ମାର୍ଶ (ଅଧିନାୟକ), ସୀନ ଆବୋଟ, ଜେଭିୟର ୱାର୍ଟଲେଟ, ମହଲୀ ବିୟର୍ଡମ୍ୟାନ, ଟିମ ଡେଭିଡ, ୱେନ ଡ୍ୱେଶୁଇସ, ନାଥାନ ଏଲିସ, ଜୋଶ ହାଜେଲଉଡ, ଟ୍ରେଭିସ ହେଡ, ଜୋ ଇଂଲିଶ, ମାଥ୍ୟୁ କୁହେନମ୍ୟାନ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଓୱେନ, ଜୋଶ ଫିଲିପ୍ସ, ମାଥ୍ୟୁ ଶର୍ଟ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା ।

Comments are closed.