Latest Odisha News

BREAKING NEWS

ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ ଘଟଣା; ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି…

ଇନ୍ଦୋର: ମଧ୍ୟପ୍ରଦେଶରେ ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ ଶନିବାର ଦିନ ଅସଦାଚରଣ କରାଯାଇଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ  ଅଭିଯୁକ୍ତ ଜଣକ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ଗିରଫ ଆକିଲ ଓରଫ ନିତ୍ରା ବିରୁଦ୍ଧରେ ୧୦ଟି ଅପରାଧିକ ମାମଲା ରହିଛି। ତା ବିରୁଦ୍ଧରେ ଦୁଷ୍କର୍ମ, ଡକାୟତି, ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗ ରହିଛି।  ସେ ୧୦ ବର୍ଷ ଜେଲଦଣ୍ଡ ଭୋଗିବା ପରେ ନିକଟରେ ଭୈରବଗଡ଼ ଜେଲରୁ ମୁକ୍ତ ହୋଇଥିଲା। ତା ବିରୁଦ୍ଧରେ ୨୦୧୨ ମସିହାର କିଛି ମାମଲା ରହିଛି। ଏହାବ୍ୟତୀତ ଅସ୍ତ୍ରଶସ୍ତ୍ର ଆଇନ, ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ସବଷ୍ଟନ୍ସ ଆଇନ ଏବଂ ନିଶା ନିବାରଣ ଆଇନ ଅନୁଯାୟୀ ମଧ୍ୟ ମାମଲା ରହିଛି।

ସେ ରଙ୍ଗ କାମ କରୁଥିବା ବେଳେ ତାଙ୍କ ପିତାମାତା ଶ୍ରମିକ ବୋଲି ଜଣାପଡ଼ିଛି। ଏନେଇ ପୋଲିସ କମିଶନର ରାଜେଶ ଦଣ୍ଡୋତିଆ କହିଛନ୍ତି ଯେ ଆକିଲର କ୍ରିମିନାଲ ରେକର୍ଡ ଅଛି। ସେ ଅନେକ ଥର ଜେଲଦଣ୍ଡ ଭୋଗିଛି। ସେ ଜାମିନରେ ମୁକ୍ତ ହେବା ପରେ ମଧ୍ୟ ଅନେକ ଅପରାଧ କରିଥିଲା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆକିଲ ଏକ ବର୍ଷ ପୂର୍ବେ ଜଣେ ଦମ୍ପତିଙ୍କୁ ଛୁରୀରେ ଆକ୍ରମଣ କରିବା ସହ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ସେହିପରି ଅନ୍ୟ ଏକ ମାମଲାରେ ଆକିଲ ପୋଲିସଠାରୁ ରାଇଫଲ୍ ଛଡ଼ାଇ ନେଇ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲା। ନିକଟରେ ଜେଲରୁ ମୁକ୍ତ ହେବା ପରେ ସେ ଇନ୍ଦୋର ଫେରିଛି।

Comments are closed.