Latest Odisha News

BREAKING NEWS

ଆଉ ଥରେ ସିଡନୀକୁ ଅଲବିଦା କହିଲେ ରୋହିତ

ସିଡନୀ:ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଅଭିଜ୍ଞ ରୋହିତଙ୍କ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ ଭାବେ ବିବେଚନା କରାଯାଉଛି । ଅଷ୍ଟ୍ରେଲିଆ ଗସ୍ତ ପରେ ରୋହିତ ଅବସର ନେଇଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ହିଟମ୍ୟାନ କିନ୍ତୁ ପ୍ରଦର୍ଶନ ବଳରେ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ସେ ଭାରତକୁ ପ୍ରତ୍ୟାବର୍ତନ କରିବା ପୂର୍ବରୁ ସୋସିଆଲ ମିଡିଆରେ ପୂନର୍ବାର ସିଡନୀକୁ ଅଲବିଦା ଲେଖିଥିଲେ ।

ଭାରତ ପ୍ରଥମ ୨ଟି ଦିିନିକିଆ ହାରିବା ପରେ ରୋହିତ ଓ ବିରାଟ କୋହଲିଙ୍କ ଚମତ୍କାର ଇନିଂସ ବଳରେ ତୃତୀୟ ଦିିନିକିଆକୁ ଜିତିଥିଲା । ସିଡନୀରେ ଶତକ ମାରିଥିଲେ । ସେ ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଭାରତ ଘରୋଇ ପରିବେଶରେ ଏହା ପରେ ଦିନିକିଆ ସିରିଜ ଖେଳିବ । ୩୦ ନଭେମ୍ବରରୁ ଏହି ସିରିଜ ଆରମ୍ଭ ହେବ । ରୋହିତ ଏବେ କିଛି ଦିନ ବିଶ୍ରାମ ନେବା ପରେ ପରବର୍ତୀ ପନ୍ଥା ଆପଣାଇବେ । ଯେତେଦୂର ସମ୍ଭବ ରୋହିତ ଓ କୋହଲି ଏବେ ବି ୨୦୨୭ ଦିିନିକିଆ ବିଶ୍ୱକପ ଖେଳିବା ଲକ୍ଷ୍ୟରେ ରହିଛନ୍ତି ।

Comments are closed.