ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଏବଂ କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ଖୁବ୍ ଶୀଘ୍ର ତେଲେଙ୍ଗାନା କ୍ୟାବିନେଟରେ ଯୋଗ ଦେଇପାରନ୍ତି। ଦଳୀୟ ନେତୃତ୍ୱ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ରାଜି ଥିବା ଜଣାପଡିଛି।
ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ଜୁବଲି ହିଲ୍ସ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଆଝାରୁଦ୍ଦିନ କ୍ୟାବିନେଟରେ ସାମିଲ ହେଲେ ଦଳ ମୁସଲିମ ଭୋଟରଙ୍କୁ ହାତେଇ ପାରେ ଏବଂ ଏହା ସରକାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିତ୍ୱକୁ ମଜବୁତ କରିବାରେ ସାହାଯ୍ୟ କରିବ।
ମହମ୍ମଦ ଆଝାରୁଦ୍ଦିନ ଫେବୃଆରୀ ୨୦୦୯ରେ କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସଂସଦରେ ପହଞ୍ଚିଥିଲେ। ବର୍ତ୍ତମାନ ତାଙ୍କୁ ହାଇଦ୍ରାବାଦରେ ଦଳର ପ୍ରମୁଖ ଚେହେରା ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ମନ୍ତ୍ରୀ ଭାବରେ ତାଙ୍କର ନିଯୁକ୍ତି କଂଗ୍ରେସକୁ କେବଳ ରାଜନୈତିକ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବ ତା ନୁହେଁ ବରଂ ରାଜ୍ୟ ରାଜନୀତିରେ ଆଧିପତ୍ୟ ମଧ୍ୟ ବିସ୍ତାର କରିପାରେ।
Comments are closed.