ନୂଆଦିଲ୍ଲୀ: ନଭି ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ୮ ବର୍ଷ ପରେ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଫାଇନାଲ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସେମିଫାଇନାଲରେ ଅଷ୍ଟ୍ରେଲିଆ ୩୩୯ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲ । ଜେମିମା ରୋଡ୍ରିଗ୍ୟୁଜ ଶତକ ହାସଲ କରି ଭାରତକୁ ବିଜୟୀ କରାଇଥିଲେ । ଭାରତର ଏହି ବିଜୟ ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା ଦେଇଛି । ଦୁଇ ସିନିୟର ଖେଳାଳି ଏଲିସା ହୀଲେ ଓ ଏଲିସ ପେରୀ ଆଉ ବିଶ୍ୱକପ ଖେଳିବେ ନାହିଁ ବୋଲି କହିଛନ୍ତି । ସେମାନେ ପରୋକ୍ଷରେ ଏହା ମାଧ୍ୟମରେ ଅବସର ନେବା ସୂଚନା ଦେଇଛନ୍ତି ।
ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଆମେ ଭଲ ପ୍ରଦର୍ଶନ କରିଥିଲୁ । ଭାରତ ବିପକ୍ଷରେ ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରି ନ ଥିଲୁ ବୋଲି ହୀଲେ କହିଛନ୍ତି । ଆଗକୁ ଦିିନିକିଆ କ୍ରିକେଟ ଖେଳିବି କି ନାହିଁ ତାହା ମଧ୍ୟ ସନ୍ଦେହରେ ରହିଛି । ହୀଲେ ୧୨୩ ମ୍ୟାଚରେ ୩୫୬୩ ରନ କରିଛନ୍ତି । ସେହିପରି ଏଲିସ ମଧ୍ୟ କହିଥିଲେ ସମ୍ଭବତଃ ଏହା ମୋର ଶେଷ ବିଶ୍ୱକପ । ଫାଇନାଲକୁ ଯାଇ ନ ପାରିବା ନିଶ୍ଚିତ ଭାବେ ଦୁଃଖଦାୟକ ବୋଲି ସେ କହିଛନ୍ତି ।
Comments are closed.