ଭୁବନେଶ୍ୱର: ସ୍ୱସ୍ତିକ ସାମଲ ଓ ଶୁଭ୍ରାଂଶୁ ସେନାପତିଙ୍କ ଶତକ ବଳରେ ଚଳିତ ରଣଜୀ ଟ୍ରଫି କ୍ରିକେଟରେ ନାଗାଲାଣ୍ଡକୁ ହରାଇବା ପାଇଁ ଓଡିଶା ନିକଟରେ ବିଜୟ ସୁଯୋଗ ଉପନୀତ ହୋଇଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ନାଗାଲାଣ୍ଡ ୧ ୱିକେଟ ବିନିମୟରେ ୪୧ ରନ କରିଛି । ଅନ୍ତିମ ଦିବସରେ ଓଡିଶାକୁ ବିଜୟ ପାଇଁ ୯ ୱିକେଟର ଆବଶ୍ୟକତା ରହିଛି । ନାଗାଲାଣ୍ଡ ଏବେ ଓଡିଶା ସ୍କୋରଠାରୁ ୪୨୪ ରନ ପଛରେ ରହିଛି । ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୨୭୫ ରନ ଜବାବରେ ନାଗାଲାଣ୍ଡ ୧୬୧ ରନ କରିଥିଲା ।
ଓଡିଶା ଦ୍ୱିତୀୟ ଇନିଂସରେ ୫ ୱିକେଟ ବିନିମୟରେ ୩୫୯ ରନ କରି ଇନିଂସ ଘୋଷଣା କରିଥିଲା । ସ୍ୱସ୍ତିକ ସାମଲ ୧୬୯ ଓ ଶୁଭ୍ରାଂଶୁ ୧୩୭ ରନର ଇନିଂସ ଖେଳି ଓଡିଶାକୁ ସୁବିଧାଜନକ ସ୍ଥିତିରେ ପଂହଚାଇଛନ୍ତି । ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ ହେବ ବୋଲି ଆଶା କରାଯାଉଛି । ଓଡିଶା ୪ଟି ମ୍ୟାଚରେ ମାତ୍ର ୧ ପଂଏଟ ହାସଲ କରିଛି । ଦଳ ଏବେ ପଂଏଟ ଟେବୁଲରେ ୭ମ ସ୍ଥାନରେ ରହିଛି ।
Comments are closed.