ପର୍ଥ: ପର୍ଥରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ କ୍ରିକେଟ ସିରିଜ ଆରମ୍ଭ ହୋଇଛି । ଏହି ସିରିଜରେ ୫ଟି ମ୍ୟାଚ ଖେଳାଯିବ । ପ୍ରଥମ ଟେଷ୍ଟରେ ପ୍ରଥମ ଦିବସରେ ୧୯ ୱିକେଟର ପତନ ଘଟିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ତେବେ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଇଂଲଣ୍ଡ ୧୭୨ ରନରେ ଅଲଆଉଟ ହୋଇ ଯାଇଥିଲା । ଓଲୀ ପୋପ ୪୬, ହ୍ୟାରୀ ବ୍ରୁକ ୫୨ ଓ ଜେମୀ ସ୍ମିଥ ୩୩ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୭ଟି, ବ୍ରେଣ୍ଡନ ଡୋଗେଟ ୨ଟି ଓ କ୍ୟାମରେୁନ ଗ୍ରୀନ ଗୋଟିଏ ୱିକେଟ ନେଇଥିଲେ ।
ଏହାର ଜବାବରେ ଆୟୋଜକ ଅଷ୍ଟ୍ରେଲିଆ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୯ ୱିକେଟ ହରାଇ ୧୨୩ ରନ କରିଛି । ଗ୍ରୀନ ୨୪ ଓ ଆଲେକ୍ସ କ୍ୟାରୀ ୨୬ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୫ଟି ୱିକେଟ ନେଇଥିବା ବେଳେ ବ୍ରେଣ୍ଡନ କୋର୍ସ ଓ ଜୋଫ୍ରା ଆର୍ଚ୍ଚର ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ଏବେ ବି ଇଂଲଣ୍ଡ ସ୍କୋରଠାରୁ ୪୯ ରନ ପଛରେ ରହିଛି । ନାଥାନ ଲିୟନ ୩ ଓ ଡୋଗେଟ କୌଣସି ରନ ନ କରି ଅପରାଜିତ ଅଛନ୍ତି ।
Comments are closed.