Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଏହି ଦିନ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ରିପୋର୍ଟ ମୁତାବକ ବିସିସିଆଇ ଏବେ ଆଇସିସି ନିକଟରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ପଠାଇଛି । ଆଇସିସି ଏହାକୁ ଅନୁଧ୍ୟାନ କରିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ଜାରି କରିବ । ଫେବୃୟାରୀ ୭ରେ ଉଦଘାଟନୀ ମ୍ୟାଚ ଏବଂ ମାର୍ଚ୍ଚ ୮ରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ମାର୍ଚ୍ଚ ୮ରେ କଲମ୍ବୋର ଆର.ପ୍ରେମାଦାସ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇପାରେ ।

ସେମିଫାଇନାଲ ଓ ଫାଇନାଲ ପାଇଁ ଭେନ୍ୟୁ ଭାରତ ଏବଂ ପାକିସ୍ତାନ ସ୍ଥିତି ଉପରେ ନିର୍ଭର କରିବ । ପାକିସ୍ତାନ ଟିମ ଫାଇନାଲକୁ ଉନ୍ନୀତ ନ ହଲେ ଅହମ୍ମଦାବାଦରେ ଏହା ଖେଳାଯିବ । ପାକିସ୍ତାନ ଫାଇନାଲରେ ପ୍ରବେଶ କଲେ କଲମ୍ବୋରେ ଟାଇଟଲ ମୁକାବିଲା ଆୟୋଜିତ ହେବ । ଭାରତ, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ୨ଟି ଲେଖାଏଁ ଟାଇଟଲ ହାସଲ କରିଥିବା ବେଳେ ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଥରେ ଲେଖାଏଁ ଚାମ୍ପିୟନ ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ଲାଗି ରହିଥିବାରୁ ଉଭୟ ବୋର୍ଡ ନିରପେକ୍ଷ ସ୍ଥାନରେ ମ୍ୟାଚ ଖେଳିବା ନେଇ ସହମତ ହୋଇଛନ୍ତି ।

Comments are closed.