Latest Odisha News

BREAKING NEWS

ସରକାରୀ ଅର୍ଥ ଆତ୍ମସାତ ମାମଲା: ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜେଲ ଦଣ୍ତାଦେଶ

ଫୁଲବାଣୀ:ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ୪ ବର୍ଷ ଜେଲ ଦଣ୍ତାଦେଶ । ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଦଣ୍ତାଦେଶ ଶୁଣାଇଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଅଭିଯୁକ୍ତ ଜଣକ ହେଲେ ବାଲିଗୁଡା ବ୍ଲକର ସୀତାପଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ କୁମାରୀ ଦେବୀ। ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ନଦେଲେ ଅଧିକ ୪ ମାସ ଜେଲ ଭୋଗିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ପ୍ରଭାତୀ ଗତ ୨୦୧୭ ମସିହାରେ ସୀତାପଡି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିବା ବେଳେ ଶ୍ରେଣୀଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସିଥିଲା । ନିର୍ମାଣ କାର୍ଯ୍ୟ ନ ସାରି ଅନୁଦାନ ଅର୍ଥରୁ ୨,୬୬,୩୫୦ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।

ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୮/୧୭ରେ ଏକ ମାମଲା ଦାୟର
କରାଯାଇ ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟିର ସଭାପତି ଗୁମାନସିଂ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରାଯାଇଥିଲା। ତେବେ ତଦନ୍ତ ପରେ କେବଳ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା ।

Comments are closed.