Latest Odisha News

BREAKING NEWS

ଟିମ ଇଣ୍ଡିଆ ପରାଜୟ ପୂର୍ବରୁ ମାନସିକ ସ୍ତରରେ ହାରିଯାଇଛି କହିଲେ ମହାନ ସ୍ପିନର

ଗୌହାଟୀ: ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ବେଳେ ଏବେ ଦ୍ୱିତୀୟ ଟେଷ୍ଟରେ ସଂଘର୍ଷ କରୁଛି । ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନ ଦଳର ବଡି ଲାଙ୍ଗୁଏଜ ନେଇ ପ୍ରଶ୍ନ ଉଠାଇଛନ୍ତି । ଅଧିନାୟକ ରିଷଭ ପନ୍ତ ମ୍ୟାଚ ସରିବା ପୂର୍ବରୁ କଣ ମାନସିକ ସ୍ତରରେ ହାର ମାନି ସାରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ବି ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବା ସୁଯୋଗ ରହିଛି । ହାର ମାନିନେଲେ ତୁମେ ଜିତି ପାରିବନି ।

ସେହିପରି ଶ୍ରୀବତ୍ସ ଗୋସ୍ୱାମୀ କହିଛନ୍ତି ବିରାଟ କୋହଲି ପଡିଆରେ ନ ରହିବା ଏକ ଭିନ୍ନ ପରିବେଷ ସୃଷ୍ଟି କରୁଛି । ସେ ଭଲ ପ୍ରଦର୍ଶନ କରି ନ ଥିଲେ ପଡିଆରେ ଖେଳାଳିଙ୍କ ମନରେ ଉତ୍ସାହ ଭରୁଥିଲେ । ତାଙ୍କ ନେତୃତ୍ୱରେ ଖେଳାଳିମାନେ ଜିତିବାକୁ ଚାହୁଁଥିଲେ । ଅନୀଲ କୁମ୍ବଲେ ମଧ୍ୟ କହିଛନ୍ତି ହଠାତ ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟରୁ ଅବସର ନେବା ଟିମ ଇଣ୍ଡିଆକୁ ବ୍ୟାକଫୁଟ ଠେଲିଦେଇଛି । ଭାରତ ବିପକ୍ଷରେ ଏବେ ଦକ୍ଷିଣ ଆଫ୍ରିକା ୫୦୦ରୁ ଊର୍ଦ୍ଧ୍ୱ ରନର ଅଗ୍ରଣୀ ହାସଲ କରିନେଇଛି ।

Comments are closed.