ମୁମ୍ବାଇ: ସନ୍ଦୀପ ରେଡ୍ଡୀ ବାଙ୍ଗା ଏବେ ତାଙ୍କ ସ୍ପିରିଟ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଭାସ ଓ ତୃପ୍ତି ଡିମରୀ ଏଥିରେ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମରେ ରଣବୀର କାପୁରଙ୍କ ସପ୍ରରାଇଜ ଏଂଟ୍ରି ହେଉଛି । ପୂର୍ବରୁ ବିବାଦ ଯୋଗୁ ଦୀପିକା ପାଦୁକୋନଙ୍କୁ ଏହି ଫିଲ୍ମରୁ ବାହାର କରି ଦିଆ ଯାଇଥିଲା । ତାଙ୍କ ସ୍ଥାନରେ ତୃପ୍ତିଙ୍କୁ ନିଆଯାଇଥିଲା । ସନ୍ଦୀପ ପୂର୍ବରୁ ତୃପ୍ତି ଓ ରଣବୀରଙ୍କ ସହ ଆନିମଲ ଫିଲ୍ମ କରି ସାରିଛନ୍ତି । ସ୍ପିରିଟର ଏକ ଗୁରୁତ୍ୱପୂର୍ଣ୍ଣ କାମିଓ ରୋଲ ପାଇଁ ସନ୍ଦୀପ ଏହି ଫିଲ୍ମରେ ରଣବୀରଙ୍କୁ ନେବା ପାଇଁ ଚାହୁଁଛନ୍ତି । ଅବଶ୍ୟ ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯାଇ ନାହିଁ । ଏହା ଏକ ଆକ୍ସନ ଥ୍ରୀଲର ହୋଇଥିବାରୁ ରଣବୀରଙ୍କ ଉପସ୍ଥିତି ଦର୍ଶକଙ୍କୁ ରୋମାଂଚ ପ୍ରଦାନ କରିବ ।
ଫିଲ୍ମର ଟର୍ଣ୍ଣିଂ ପଂଏଟ ରଣବୀର ହେବେ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି । ଯଦି ସବୁ କିଛି ଠିକ ଠାକ ହୁଏ ତେବେ ପ୍ରଥମ ଥର ପାଇଁ ରଣବୀର ଓ ପ୍ରଭାସଙ୍କୁ ଦର୍ଶକ ଏକ ସଙ୍ଗରେ ଦେଖିବାକୁ ସୁଯୋଗ ପାଇବେ । ଏଥିରେ ବିବେକ ଓବ୍ରେୟ, କଂଚନା ଓ ପ୍ରକାଶ ରାଜ ମଧ୍ୟ ଅଭିନୟ କରୁଛନ୍ତି । ରଣବୀର କାପୁର ଏବେ ସଞ୍ଜୟ ଲୀଲା ଭନ୍ସାଲିଙ୍କ ସହ ଲଭ ଆଣ୍ଡ ୱାର ଫିଲ୍ମ କରୁଛନ୍ତି । ଏଥିରେ ଭିକ୍କି କୌଶଲ ଓ ଆଲିୟା ଭଟ୍ଟ ରହିଛନ୍ତି । ଏହା ପରେ ରାମାୟଣମ ପାର୍ଟ ୧ରେ ମଧ୍ୟ ତାଙ୍କୁ ପ୍ରଭୂ ଶ୍ରୀରାମଙ୍କ ଭୂମିକାରେ ଦେଖିବାକୁ ମିଳିବ ।
Comments are closed.