ଭୁବନେଶ୍ବର: ଆମେରିକାରେ ପାଳିତ ପିତାମାତାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ ଜଣେ ଓଡ଼ିଆ ଝିଅ ପୂଜା ଓରଫ ସେଜଲ।
ଏହାର କିଛି ସପ୍ତାହ ପରେ ସେ ଦାବି କରିଛନ୍ତି ଯେ ସେ କେବଳ ଓଡ଼ିଶା ଫେରିବା ପାଇଁ ଆମେରିକୀୟ ଦମ୍ପତିଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଆଣିଥିଲେ।
ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରେ ପହଞ୍ଚିବା ପରେ ସେ କହିଛନ୍ତି ଯେ ସେ ଓଡ଼ିଶା ଫେରିବାକୁ ଚାହୁଁଥିବାରୁ ସେ ମିଛ କାହାଣୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ପିଲାଦିନର ବନ୍ଧୁ ତଥା ପ୍ରେମିକ ଅମରଙ୍କୁ ଭେଟିବାକୁ ଚାହୁଁଥିଲେ। ଯିଏକି ବାଲେଶ୍ୱରରେ ରହୁଥିବା ଜଣାପଡ଼ୁଛି।
୨୦୧୮ରେ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟ ଭାବରେ ଗ୍ରହଣ କରାଯିବା ପରେ ସେ ଆମେରିକା ଚାଲିଯାଇଥିଲେ। ପରେ ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ଅମରଙ୍କ ସହ ତାଙ୍କର ସମ୍ପର୍କ ପୁଣିଥରେ ଦେଖା ହୋଇଥିଲା। ତା’ପରେ ସେଜଲ ତାଙ୍କୁ ଭେଟିବା ପାଇଁ ଓଡ଼ିଶା ଫେରିବାକୁ ଚାହିଁଥିଲେ।
ସେଥିପାଇଁ ସେଜଲ ମାନସିକ ଏବଂ ଶାରୀରିକ ନିର୍ଯାତନା ଏବଂ ଧର୍ମ ପରିବର୍ତ୍ତନ ପାଇଁ ଚାପ ପ୍ରୟୋଗ ଭଳି ଏକ ମିଛ କାହାଣୀର ଭିଡିଓ ଭାଇରାଲ୍ କରିଥିଲେ। ଯାହା କ୍ଲିପ୍ଟି ଅନଲାଇନରେ ଖୁବ୍ ଭାଇରାଲ୍ ହୋଇଥିଲା। ଯାହା ଜନସାଧାରଣଙ୍କ ସହାନୁଭୂତି ହାସଲ କରିଥିଲା। ଯାହାପରେ ଅଧିକାରୀମାନେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତାଙ୍କ ପ୍ରତ୍ୟାବର୍ତ୍ତନକୁ ସହଜ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ସେଜଲ ସ୍ୱୀକାର କରିଥିଲେ ଯେ ତାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ସତ୍ୟ ନୁହେଁ। ସେ ପ୍ରକାଶ କରିଥିଲେ ଯେ ଓଡ଼ିଶା ଫେରି ଅମରଙ୍କୁ ବିବାହ ଏବଂ ତାଙ୍କ ସହିତ ରହିବା ପାଇଁ ସେ ମିଛ କାହାଣୀ ତିଆରି କରିଥିଲେ। ତେବେ ଏହି ମିଛ ଦାବିଗୁଡ଼ିକୁ ନେଇ ଏକ ଅନ୍ତର୍ଜାତୀୟ ବିବାଦ ଦେଖା ଦେଇଥିଲାବେଳେ ଆମେରିକାରେ ତାଙ୍କ ପାଳିତ ମାଆ ମଧ୍ୟ ଆଇନଗତ ବିବାଦରେ ଫସିଛନ୍ତି।
ତେବେ ଅମରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Comments are closed.