ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଜିତିବା ପାଇଁ ଭାରତ କ୍ରମାଗତ ଉଦ୍ୟମ କରୁଥିଲେ ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ଲିନ ସୁଇପ ହେବାପରେ ଟିମ ଇଣ୍ଡିଆର ଫାଇନାଲ ପ୍ରବେଶ ଆଶା କଠିନ ହୋଇ ପଡିଛି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । ଭାରତ ଏବେ ଏହି ତାଲିକାରେ ୫ମକୁ ଖସି ଆସିଛି । ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଶେଷ ୯ଟି ଟେଷ୍ଟରେ ୭ରେ ବିଜୟ ଆବଶ୍ୟକ ହେଉଛି । ଡବଲ୍ୟୁଟିସି ସାଇକେଲରେ ଭାରତ ଓଭରାଲ ୧୮ ମ୍ୟାଚ ଖେଳିବ । ୯ଟି ଟେଷ୍ଟ ଟିମ ଇଣ୍ଡିଆ ଖେଳି ସାରିଛି ।
ଭାରତ ନିକଟରେ ୪୮ ପ୍ରତିଶତ ପଂଏଟ ରହିଛି । ଏହାକୁ ସୁଧାରିବା ପାଇଁ ଭାରତକୁ ଅଧିକରୁ ଅଧିକ ମ୍ୟାଚ ଜିତିବାକୁ ପଡିବ । ବର୍ତମାନ ପରିସ୍ଥିତିରେ ଯଦି ୩ଟି ମ୍ୟାଚ ହାରେ ତେବେ ଫାଇନାଲ ଦୌଡରୁ ବାଦ ପଡିବ । ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ଘରୋଇ ପରିବେଶରେ ଖେଳିବ । ଏହି ସିରିଜ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ । ଏହା ବ୍ୟତୀତ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ ଖେଳିବ । ୨୦୨୧ ଓ ୨୦୨୩ରେ ଭାରତ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହୋଇଛି । ଦକ୍ଷିଣ ଆଫ୍ରିକା ଗତ ସଂସ୍କରଣରେ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହୋଇଛି ।
Comments are closed.