ମୁମ୍ବାଇ: ରାସ୍ତାରେ ହେଉଥିବା ଅଶ୍ଳୀଳ କମେଣ୍ଟ ତଥା ଉତ୍ପୀଡ଼ନ ବିରୁଦ୍ଧରେ ଏକ ବୟାନ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ତେବେ ଲୋରିଆଲ୍ ପ୍ୟାରିସ୍ ବିଜ୍ଞାପନରେ ଯୋଗ ଦେଇ ଐଶ୍ୱର୍ଯ୍ୟା ରାୟ ଏହି ବୟାନ ଦେଇଥିଲେ ଓ ରାସ୍ତାରେ ହେଉଥିବା ଉତ୍ପୀଡ଼ନ ବିଷୟରେ କହିଥିଲେ। ଯାହାର ଭିଡିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।ସାହସର ସହିତ ଏପରି ପରିସ୍ଥିତିରେ ସମ୍ମୁଖୀନ କରି ସର୍ବଦା ନିଜର ଇଜ୍ଜତକୁ ବଞ୍ଚାଇ ରଖନ୍ତୁ ଓ ନିଜକୁ ସନ୍ଦେହ ନ କରି କୌଣସି ପରିସ୍ଥିତିରେ ମଧ୍ୟ ନିଜର ସମ୍ମାନ ସହିତ ବୁଝାମଣା ନ କରିବାକୁ ସେ ମହିଳା ମାନଙ୍କୁ କହିଥିଲେ। ଏଥିସହିତ ଜଣେ ମହିଳା କେବେ ବି ରାସ୍ତା ରେ ହେଉଥିବା ଉତ୍ପୀଡନ ପାଇଁ ନିଜର ପୋଷାକ କିମ୍ବା ନିଜର ଓଠରେ ଲଗାଯାଇଥିବା ଲିପଷ୍ଟିକକୁ ଦୋଷ ଦେବା ଉଚିତ ନୁହେଁ ବୋଲି ମଧ୍ୟ କହିଥିଲେ।
ତେବେ ଏହି ବୟାନ ଦ୍ଵାରା ସେ ସାରା ଦେଶରୁ ବ୍ୟାପକ ପ୍ରଶଂସା ମଧ୍ୟ ପାଇଛନ୍ତି। ରାସ୍ତାରେ ହେଉଥିବା ଉତ୍ପୀଡ଼ନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଏହା ପ୍ରତି ସ୍ୱର ଉଠାଇବା ଓ ସଚେତନତା ଜାଗ୍ରତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ପ୍ରଶଂସକ ମାନେ ଐଶ୍ୱର୍ଯ୍ୟାଙ୍କ ଏହି ଭିଡିଓରେ ପ୍ରଶଂସା କରି ତାଙ୍କୁ ବିଉଟୀ ୱିଥ ବ୍ରେନର ପରଫେକ୍ଟ ଉଦାହରଣ ମଧ୍ୟ କହିଛନ୍ତି।
Comments are closed.