Latest Odisha News

BREAKING NEWS

ବାଂଲାଦେଶ ବଦଳରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବ ଟି୨୦ ସିରିଜ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ ବାଂଲାଦେଶ ବଦଳରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ଖେଳିବ । ୨୧ ଡିସେମ୍ବରରୁ ଏହି ସିରିଜ ଆରମ୍ଭ ହେବ । ବିଶାଖପଟନମ ଓ ଥିରୁୱନ୍ତପୁରମରେ ଏହି ମ୍ୟାଚ ଆୟୋଜିତ ହେବ । ବିସିସିଆଇ ଶୁକ୍ରବାର ଏହାର ଘୋଷଣା କରିଛି । ପୂର୍ବରୁ ଅଶାନ୍ତ ବାତାବରଣ ଯୋଗୁ ଭାରତ-ବାଂଲାଦେଶ ମହିଳା ସିରିଜକୁ ବାତିଲ କରି ଦିଆଯାଇଥିଲା । ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିବା ପରେ ଭାରତୀୟ ମହିଳା ଟିମର ଏହା ପ୍ରଥମ ସିରିଜ ହେବ । ସେହିପରି ୨୦୧୬ ପରେ ଶ୍ରୀଲଙ୍କା ପ୍ରଥମ ଥର ଭାରତ ଗସ୍ତରେ ଆସିବ । ଭାରତ ଉପରୋକ୍ତ ଗସ୍ତରେ ୩-୦ରେ ବିଜୟ ହାସଲ କରିଥିଲା ।

ଭାରତ ଚଳିତ ବର୍ଷ ଇଂଲଣ୍ଡରେ ଟି୨୦ ସିିରିଜ ଖେଳିଥିଲା । ଚମତ୍କାର ପ୍ରଦର୍ଶନ କରି ଭାରତ ୩-୨ରେ ବିଜୟୀ ହୋଇଥିଲା । ୱିମେନ୍ସ ପ୍ରିମିୟର ଲିଗ ଠିକ ପୂର୍ବରୁ ଏହି ସିରିଜ ଆୟୋଜିତ ହେବ । ଭାରତ ଓ ଶ୍ରୀଲଙ୍କା ସେପ୍ଟମ୍ବର ୩୦ରେ ବିଶ୍ୱକପ ମ୍ୟାଚରେ ପରସ୍ପରକୁ ଭେଟିଥିଲେ । ଭାରତ ୮୦ ରନରେ ବିଜୟ ହାସଲ କରିଥିଲା ।

Comments are closed.