Latest Odisha News

BREAKING NEWS

ରକ୍ତରେ ରଙ୍ଗୀନ ସିଇସିଙ୍କ ହାତ; କାହିଁକି ଏଭଳି କହିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଚାଲିଥିବା SIR ପ୍ରକ୍ରିୟା ଏବଂ ଅନେକ BLOଙ୍କ ମୃତ୍ୟୁ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲା ଟିଏମସି। ଏହା ପରେ ବରିଷ୍ଠ ଟିଏମସି ସାଂସଦ ଡେରେକ୍ ଓ’ବ୍ରାଏନ୍ କହିଛନ୍ତି, “ଆମେ ପାଞ୍ଚଟି ପ୍ରସଙ୍ଗ ଉଠାଇଥିଲୁ କିନ୍ତୁ ନିର୍ବାଚନ କମିଶନ ଆମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ। ସେମାନଙ୍କ ହାତ ରକ୍ତରେ ରଙ୍ଗୀନ।”

ସେ ଆହୁରି ମଧ୍ୟ କହିଥିଲେ, “ସେମାନେ ବିହାର ପରି ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବାକୁ ଚାହାଁନ୍ତି, କିନ୍ତୁ ଆମେ ତାହା ହେବାକୁ ଦେବୁ ନାହିଁ।” ଏହା ପୂର୍ବରୁ ପ୍ରତିନିଧି ଦଳ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ।

ତୃଣମୂଳ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ବିରୋଧ କରୁଛି। SIRରେ ସାମିଲ ଥିବା ଜଣେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ମୃତ୍ୟୁ ଏବଂ ପ୍ରକ୍ରିୟାର ପ୍ରତିବାଦ କରିବା ପାଇଁ ଶୁକ୍ରବାର ଟିଏମସିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିଲେ।

 

Comments are closed.