ନୂଆଦିଲ୍ଲୀ: ହିନ୍ଦୀ ସିନେମାର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଛି। ସେ ୮୯ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏବେ ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଘଟିଛି । ଦକ୍ଷିଣ ଭାରତୀୟ ସିନେମାରୁ ଏକ ଦୁଃଖଦ ଖବର ଆସିଛି। ମହୀଶୂରର ବରିଷ୍ଠ କନ୍ନଡ ଅଭିନେତା ଶ୍ରୀକାନ୍ତାୟ ଉମେଶଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିର୍ଘଦିନ ହେବ ସେ ଯକୃତ କର୍କଟ ରୋଗରେ ପୀଡିତ ଥିଲେ।
ମାଇସୁର ଶ୍ରୀକାନ୍ତୈୟା ଉମେଶ, ଯିଏକି ଉମେଶ ନାମରେ ମଧ୍ୟ ଜଣାଶୁଣା, ଜଣେ ପ୍ରସିଦ୍ଧ ଅଭିନେତା ଏବଂ ହାସ୍ୟ ଅଭିନେତା ଥିଲେ। ତାଙ୍କ ପରଲୋକରେ ଦକ୍ଷିଣ ଭାରତୀୟ ସିନେମାରେ ଶୋକର ଛାୟା ଖେଳିଯାଇଛି। ସେଲିବ୍ରିଟି ଏବଂ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଉମେଶଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଉମେଶଙ୍କ ଜନ୍ମ ୨୪ ଏପ୍ରିଲ ୧୯୪୫ ମସିହାରେ କର୍ଣ୍ଣାଟକର ମାଇସୁରରେ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ବୟସ ୮୦ ବର୍ଷ ଥିଲା ଏବଂ ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।
୩୫୦ ରୁ ଅଧିକ ଫିଲ୍ମରେ ସେ କାମ କରିଛନ୍ତି :
୮୦ ବର୍ଷ ବୟସ୍କ ଉମେଶଙ୍କ କ୍ୟାରିଅର ମାତ୍ର ଚାରି ବର୍ଷ ବୟସରୁ ଆରମ୍ଭ ହୋଇଥିଲା । ତାଙ୍କୁ ୧୯୬୦ ମସିହାରେ ଚଳଚ୍ଚିତ୍ର ଜଗତରେ ପ୍ରଥମ ବଡ଼ ସୁଯୋଗ ମିଳିଥିଲା। ୧୫ ବର୍ଷ ବୟସରେ ଉମେଶ ଫିଲ୍ମ “ମକ୍କାଲା ରାଜ୍ୟ” ରେ ନଜର ଆସିଥିଲେ। ସେ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଅଂଶ ରହିଆସିଛନ୍ତି ଏବଂ ୩୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
Comments are closed.