ଭୁବନେଶ୍ୱର: ରାଜ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସେମାନଙ୍କର ବାର୍ଷିକ ସମ୍ପତ୍ତିର ବିବରଣୀ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ବାରମ୍ବାର ମନେ ପକାଇବା ସତ୍ତ୍ୱେ ମଧ୍ୟ ନିର୍ଦ୍ଦେଶ ପାଳନ କରାଯାଉନଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ (ସଂଶୋଧନ) ନିୟମ, ୨୦୨୧ ଅନୁଯାୟୀ ପଦୋନ୍ନତି ପାଇଁ ସମ୍ପତ୍ତି ବିବରଣୀ ଆବଶ୍ୟକ ଓ କର୍ମଚାରୀମାନେ ଏହା ଜାନୁଆରୀ ସୁଦ୍ଧା ଦାଖଲ କରିବାକୁ ବାଧ୍ୟ ବୋଲି କୁହାଯାଇଛି।
ଏଥିସହିତ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକ ପୂର୍ବରୁ ଅପଡେଟ୍ ସମ୍ପତ୍ତି ବିବରଣୀ ଦାଖଲ କରିବାରେ ବିଫଳ ହୋଇଥିବା କର୍ମଚାରୀ ପଦୋନ୍ନତି ପାଇବେ ନାହିଁ ଅଥବା ଏହାକୁ ସ୍ଥଗିତ ରଖାଯାଇପାରେ ବୋଲି କୁହାଯାଇଛି।
ତେବେ ଯେଉଁ ମାନେ ସମ୍ପତ୍ତି ତାଲିକା ସମୟ ମଧ୍ୟରେ ଦାଖଲ କରିବେ ସେମାନଙ୍କୁ ପଦୋନ୍ନତି ମିଳିବା ସହ ତାଙ୍କର ବରିଷ୍ଠତା ବଜାୟ ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
Comments are closed.