ରାଂଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ନେଇ ଆଲୋଚନା ଜୋର ଧରିଥିଲା । ବିସିସିଆଇ ଏହା ନେଇ ସ୍ପଷ୍ଟୀକରଣ ଦେବା ପରେ ଏବେ କୋହଲି ମୁହଁ ଖୋଲିଛନ୍ତି । କମେଂଟେଟର ହର୍ଷ ଭୋଗଲେ ତାଙ୍କୁ ପଚାରିଥିଲେ, ଆପଣ ଏବେ କେବଳ ଗୋଟିଏ ଫର୍ମାଟରେ ଖେଳୁଛନ୍ତି । ଆଗକୁ ବି ଏହା ଜାରୀ ରହିବ କି ? କୋହଲି କହିଥିଲେ ହଁ ଆଗକୁ ମଧ୍ୟ ମୁଁ ଗୋଟିଏ ଫର୍ମାଟରେ ଖେଳିବା ଜାରୀ ରଖିବି । ମୁଁ ଏବେ ଫିଟ ଏବଂ ଉତ୍ସାହିତ ଅଛି । ଦିିନିକିଆ କ୍ରିକେଟ ମଜା ଶେଷ ପର୍ଯ୍ୟନ୍ତ ଉଠାଇବାକୁ ଚାହୁଁଛି ।
ରାଂଚୀରେ କୋହଲି ଶତକ ହାସଲ କରିବା ସହ ଦିନିକିଆ କ୍ରିକେଟରେ ବିଶ୍ୱରେକର୍ଡ କରିଛନ୍ତି । ସେ ସଚିନ ତେନ୍ଦୁଲକରଙ୍କ ୫୧ ଶତକକୁ ଅତିକ୍ରମ କରିଛନ୍ତି । କୋହଲିଙ୍କ ଟେଷ୍ଟ କ୍ରିକେଟକୁ ଫେରିବା ଖବର ଗୁଜବ ବୋଲି ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି । ଏ ସମ୍ପର୍କରେ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି ।