Latest Odisha News

BREAKING NEWS

ଡ୍ରେସିଂ ରୁମରେ ଗୌତମ ଓ ରୋହିତଙ୍କ ଗମ୍ଭୀର ଆଲୋଚନା, ଚିନ୍ତାରେ ପ୍ରଶଂସକ

ରାଂଚୀ: ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମ୍ୟାଚ ପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ କୋଚ ଗୌତମ ଗମ୍ଭୀରଙ୍କ ଗୁରୁତର ଆଲୋଚନା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଉଭୟ କେଉଁ ବିଷୟରେ କଥା ହେଉଥିଲେ ତାହା ଜଣାପଡି ନାହିଁ । ମାତ୍ର ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୋହିତ ଏହି ମ୍ୟାଚରେ ୫୧ ବଲରେ ୫୭ ରନ କରିଥିବା ବେଳେ କୋହଲି ୧୩୫ ରନର ଇନିଂସ ଖେଳିଥିଲେ ।

ଗମ୍ଭୀର କୋଚ ହେବା ପରଠାରୁ କୋହଲି ଏବଂ ରୋହିତଙ୍କ ଭବିଷ୍ୟତ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । ତେବେ ଅଷ୍ଟ୍ରେଲିଆ ଏବଂ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଶଂସକଙ୍କ ମୁହଁ ବନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ୟୁଜର୍ସମାନେ ଅନେକ ମଜାଦାର ବୟାନ ଦେଇଛନ୍ତି । ଜଣେ କହିଛନ୍ତି ଗମ୍ଭୀର ହିଟମ୍ୟାନଙ୍କୁ ଅଧିନାୟକ ହେବା ପାଇଁ କହୁଥିବା ବେଳେ ସେ ରାଗୁଛନ୍ତି । ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଏତେ ଚିନ୍ତା କରିବା ଆବଶ୍ୟକ ନୁହେଁ । ଉଭୟ ରଣନୀତି ସମ୍ପର୍କରେ ଆଲୋଚନା କରୁଥିଲେ । ଏହି ମ୍ୟାଚ ପରେ କୋହଲି ଡ୍ରେସିଂ ରୁମକୁ ଗଲା ବେଳେ ଗମ୍ଭୀରଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିଲେ ।

Leave A Reply

Your email address will not be published.