Latest Odisha News

BREAKING NEWS

ଡ୍ରେସିଂ ରୁମରେ ଏବେ ବି ଲାଗି ରହିଛି କି ରୋକା ଏବଂ ଗମ୍ଭୀରଙ୍କ ଶୀତଳ ଯୁଦ୍ଧ

ରାଂଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟ ଅଭିଯାନ ସହ ଦିିନିକିଆ କ୍ରିକେଟ ସିରିଜ ଆରମ୍ଭ କରିଛି । ରୋକୋ ଭାବେ ପରିଚିତ ବିରାଟ କୋହଲି ଓ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସିରିଜପରଠାରୁ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦକ୍ଷିଣ ଆଫ୍ରିକାକୁ ଭାରତ ହରାଇବା ପରେ ପୂନର୍ବାର ଡ୍ରେସିଂ ରୁମରେ କୋଚ ଗୌତମ ଗମ୍ଭୀର ଏବଂ ରୋକୋ ମତଭେଦ ଲାଗି ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ପ୍ରଶଂସକ, ପୂର୍ବତନ ଖେଳାଳି ଓ ସମୀକ୍ଷକମାନେ କୋହଲି ଓ ରୋହିତଙ୍କ ସପକ୍ଷରେ ଯୁକ୍ତି ବାଢ଼ଥିବାରୁ ଗମ୍ଭୀରଙ୍କ ଅଡୁଆ ବଢ଼ିଛି । ଏବେ ବିସିସିଆଇ କାହା ସପକ୍ଷରେ ରହିବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ଖୁବ ଶୀଘ୍ର ବିସିସିଆଇ ଏହି ଦୁଇ ମହାନ ଖେଳାଳିଙ୍କ ଭବିଷ୍ୟତ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବା ପାଇଁ ବୈଠକ ଡକାଇଛି । ଏହା ରାୟପୁର କିମ୍ବା ବିଶାଖପଟନମରେ ହୋଇପାରେ ।

ଡ୍ରେସିଂ ରୁମରେ ଗମ୍ଭୀର ଏବଂ ରୋହିତଙ୍କ ମଧ୍ୟରେ କୌଣସି ବିଷୟ ନେଇ ତୀବ୍ର ଆଲୋଚନା ଚାଲିଥିବା ଦେଖିବାକୁ ମିଳିଥିଲା । ସେହିପରି ଭାରତ ବିଜୟ ହାସଲ କରିବା ପରେ କୋହଲି ଡ୍ରେସିଂ ରୁମ ଯିବା ବେଳକୁ ଗମ୍ଭୀରଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିଲେ । ଟିମର ବିଜୟ ପରେ ଆୟୋଜିତ ପାର୍ଟିରେ ମଧ୍ୟ କୋହଲି ଯୋଗ ଦେଇ ନ ଥିଲେ । ପ୍ରଶଂସକମାନେ ରୋକୋଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପ୍ରଶଂସା କରୁଥିବା ବେଳେ ଗମ୍ଭୀରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବିସିସିଆଇ ହସ୍ତକ୍ଷେପ ପରେ ସ୍ଥିତି ସାଧାରଣ ହେବ ବୋଲି ଆଶା କରୁଛି ।

Leave A Reply

Your email address will not be published.