Latest Odisha News

BREAKING NEWS

୬୯ ଟେଷ୍ଟ ପରେ ଘରୋଇ ସିରିଜରୁ ବାଦ ପଡିଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ସିଡନୀ: ଇଂଲଣ୍ଡ ବିପକ୍ଷ ପିଙ୍ଗ ବଲ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ ଏକ ବଡ ନିଷ୍ପତି ନେଇଛନ୍ତି । ୧୩ ବର୍ଷ ପରେ ଅଭିଜ୍ଞ ସ୍ପିନର ନାଥାନ ଲାୟନଙ୍କୁ ଦଳରୁ ବାଦ ଦିଆଯାଇଛି । ଗାବା ଟେଷ୍ଟରେ ସେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ମାଇକେଲ ନେସରଙ୍କୁ ଦଳରେ ସାମିଲ କରାଯାଇଛି । ଲାୟନ ଘରୋଇ ପରିବେଶରେ କ୍ରମାଗତ ୬୯ ଟେଷ୍ଟ ଖେଳିଥିଲେ । ୨୦୧୧ ପରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଘରୋଇ ସିରିଜରୁ ବାଦ ଦିଆଯାଇଛି । ୧୩ ଜାନୁୟାରୀ ୨୦୧୨ରେ ଭାରତ ବିପକ୍ଷ ସିରିଜରୁ ତାଙ୍କ ବାଦ ଦିଆଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ୬୯ ଟେଷ୍ଟ ଘରୋଇ ପରିବେଶରେ ଖେଳିଛନ୍ତି ।

ପିଙ୍କ ବଲ ଟେଷ୍ଟରେ ତାଙ୍କ ପ୍ରଦର୍ଶନ ଭଲ ରହିଛି । ସେ ୧୩ ଟେଷ୍ଟରେ ୪୩ ୱିକେଟ ନେଇଛନ୍ତି । ତାଙ୍କ ବାଦ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେହିପରି ଗାବାରେ ସେ ୫୨ ୱିକେଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆର କାମଚଳା ଅଧିନାୟକ ଷ୍ଟିଭ ସ୍ମିଥ ବିଧିବଦ୍ଧ ଏହି ଘୋଷଣା କରିଛନ୍ତି ।

Leave A Reply

Your email address will not be published.