ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତ କରିଛନ୍ତି। ସନ୍ଧ୍ୟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ଉପସ୍ଥିତ ରହି ପୁଟିନଙ୍କୁ ସ୍ବାଗତ କରିଥିଲେ। ପୁଟିନଙ୍କୁ ମୋଦୀ ନିଜ କାର୍ରେ ବସାଇ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନକୁ ଆସିଥିଲେ। ବାସଭବନରେ ପୁଟିନଙ୍କୁ ମୋଦୀ ସ୍ବାଗତ କରିଥିଲେ। ପୁଟିନଙ୍କ ଉଦ୍ଦେଶ୍ୟରେ ମୋଦୀ ତାଙ୍କ ବାସଭବନରେ ରାତ୍ରି ଭୋଜନ ଆୟୋଜନ କରିଥିଲେ। ପରେ ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁଟିନଙ୍କୁ ବିମାନବନ୍ଦରରେ ସ୍ବାଗତ କରି ମୋଦୀ ଅତ୍ୟନ୍ତ ଖୁସି ଅନୁଭବ କରିଥିବା ନେଇ ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଭାରତ-ରୁଷ୍ ବନ୍ଧୁତ୍ବର ନିବିଡତା ବହୁ ପରୀକ୍ଷିତ। ଏହି ବନ୍ଧୁତା ଦ୍ବାରା ଆମ ଦେଶବାସୀ ବହୁ ଲାଭବାନ ହୋଇଛନ୍ତି। ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେବାକୁ ଥିବା କଥାବାର୍ତ୍ତା ସକାରାତ୍ମକର ରୂପ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।ପୁଟିନ ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପରେ ପୁଟିନ ରୁଷ୍ ରାଷ୍ଟ୍ରାୟତ୍ତ ପ୍ରସାରଣକାରୀ ସଂସ୍ଥା ଆରଟି ପକ୍ଷରୁ ଭାରତରେ ନୂଆ ଚାନେଲରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ନୈଶ ଭୋଜିରେ ଯୋଗଦେବେ। ପୁଟିନଙ୍କ ଏହି ଗସ୍ତ ଭାରତ ଓ ରୁଷ୍ ମଧ୍ୟରେ ୨୫ବର୍ଷ ଧରି ଚାଲିଆସିଥିବା ରଣନୀତିକ ଭାଗିଦାରୀର ଦୃଢତାକୁ ପ୍ରତିପାଦିତ କରିଛି ।
BREAKING NEWS
- ଜଗା ଦର୍ଶନ ହେଲା ଶେଷ ଦର୍ଶନ; ବୃଦ୍ଧ ଭକ୍ତଙ୍କ ଚାଲିଗଲା ଜୀବନ
- ୩୪୦ ASO ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି…
- ଓଡ଼ିଶାରେ ଶିଳ୍ପାୟନକୁ ମିଳିବ ନୂଆ ଗତି; ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଜମି ଆବଣ୍ଟନ କମିଟିର ଅନୁମୋଦନ
- ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତି; ଗଞ୍ଜାମକୁ ସମସ୍ତ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି
- ଏସିଆନ୍ ଚାମ୍ପିୟନ୍ସ ଟ୍ରଫି: ଷଷ୍ଠ ଥର ଚାମ୍ପିୟନ୍ ହେଲା ଭାରତ; ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ କମାଲ
- ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ ଦିଲ୍ଲୀରୁ ବିଶାଖାପାଟନମ୍ ସ୍ଥାନାନ୍ତରିତ
- European flights get bomb threats:ୟୁରୋପରେ ବୋମା ଧମକକୁ ନେଇ ଆତଙ୍କ! ୧୨ବିମାନର ଗତିପଥ ବଦଳିଲା,ବିମାନବନ୍ଦରରେ ଜରୁରୀକାଳୀନ ସ୍ଥିତି
- ଟିପିଏନଓଡିଏଲ୍ ପକ୍ଷରୁ ‘ଉର୍ଜା ମେଳା’ ଆୟୋଜିତ; ବିଜ୍ଞାନ, ନବସୃଜନ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ
- ଗିଡ଼ିପାବାଲିରୁ ଆଉ ୨ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
- ବାତ୍ୟା ଅର୍ଣ୍ଣବ ପ୍ରଭାବିତ ଗଞ୍ଜାମକୁ ରିଲିଫ୍ ପଠାଇଲା ହିଣ୍ଡାଲକୋ
Comments are closed.