Latest Odisha News

BREAKING NEWS

ଶୀତଦିନରେ କାହିଁକି ଅଧିକ ବିବାହ ହୁଏ? ଗବେଷଣାରୁ ଜାଣନ୍ତୁ ରହସ୍ୟ!

ଭୁବନେଶ୍ୱର: ଭାରତରେ ବିବାହ ଋତୁ କହିଲେ ସମସ୍ତେ ଶୀତକାଳକୁ ମନେ କରନ୍ତି। ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ରାସ୍ତାଘାଟରେ ବିବାହ ମଣ୍ଡପ, ବାଜାବାଜି ଓ ଆଲୋକମାଳାର ଚମକ୍ ଦେଖିବାକୁ ମିଳେ। କିନ୍ତୁ କାହିଁକି ଶୀତଦିନେ ଅଧିକ ବିବାହ ହୁଏ? ଏହା ପଛରେ କଣ କାରଣ ରହିଛି? ବିଭିନ୍ନ ଗବେଷଣା ଓ ସର୍ଭେରୁ ଜଣାପଡ଼ୁଛି ଯେ ଏହାର ମୂଳ କାରଣ ହେଉଛି ସାଂସ୍କୃତିକ ପରମ୍ପରା ଓ ଅର୍ଥନୈତିକ ଲାଭ।

ଭାରତରେ ଗ୍ରୀଷ୍ମକାଳ ଅତ୍ୟଧିକ ଗରମ ଓ ବର୍ଷାକାଳରେ ବର୍ଷା ଯୋଗୁ ବିବାହ କରିବା ଅସୁବିଧାଜନକ। କିନ୍ତୁ ଶୀତଦିନେ ପାଗ ସୁନ୍ଦର ଓ ଥଣ୍ଡା ହୋଇଥାଏ, ଯାହା ବର-କନ୍ୟା ଓ ଅତିଥିମାନଙ୍କୁ ଆରାମଦାୟକ କରିଥାଏ। ଗହଣା, ମେକଅପ୍ ଓ ପୋଷାକରେ ଘଣ୍ଟାଘଣ୍ଟା ବସିବା ସହଜ ହୋଇଯାଏ। ଏହି କାରଣରୁ ଅଧିକାଂଶ ଲୋକ ଶୀତକୁ ପସନ୍ଦ କରନ୍ତି। ଏକ ସର୍ଭେରେ ଜଣାପଡ଼ିଛି ଯେ ୪୮% ଦମ୍ପତି ଶୀତ ଦିନେ ବିବାହ ପାଇଁ ପସନ୍ଦ କରନ୍ତି।

ହିନ୍ଦୁ ଧର୍ମରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଦରକାର। ଶୀତକାଳରେ ନଭେମ୍ବର ଓ ଡିସେମ୍ବର ଭଳି ମାସରେ ଅଧିକ ଶୁଭ ଦିନ ଥାଏ। ଡିସେମ୍ବରରେ ୨୬% ଓ ନଭେମ୍ବରରେ ୨୩% ବିବାହ ହୁଏ। ଏହା ସହ ପର୍ବପର୍ବାଣୀ ଓ ଛୁଟି ଯୋଗୁ ପରିବାର ସଦସ୍ୟମାନେ ସହଜରେ ଯୋଗ ଦେଇପାରନ୍ତି। ଗବେଷଣା କହୁଛି ଯେ ସାଂସ୍କୃତିକ ପରମ୍ପରା ଏହି ପ୍ରବୃତ୍ତିକୁ ବଢ଼ାଇଥାଏ।

ଏହା ରିଟେଲ୍, ହୋଟେଲ୍, ଜୁଏଲରୀ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ଭଳି କ୍ଷେତ୍ରକୁ ଉନ୍ନତ କରିଥାଏ।ତେବେ ଗବେଷଣା କହୁଛି ଯେ ଆଧୁନିକ ସମୟରେ ବିବାହ ପ୍ରବୃତ୍ତି ବଦଳୁଛି। କେତେକ ଦମ୍ପତି ଏବେ ଛୋଟ ବିବାହ ଓ ଡେଷ୍ଟିନେସନ୍ ୱେଡିଂକୁ ପସନ୍ଦ କରୁଛନ୍ତି, କିନ୍ତୁ ଶୀତକାଳ ତଥାପି ପ୍ରଧାନ ଋତୁ ରହିଛି। ଯଦି ଆପଣଙ୍କର ବିବାହ ପ୍ଲାନ୍ ଅଛି, ତେବେ ଏହି କାରଣଗୁଡ଼ିକୁ ଧ୍ୟାନରେ ରଖନ୍ତୁ!

Leave A Reply

Your email address will not be published.