Latest Odisha News

BREAKING NEWS

ହ୍ୱାଟ୍ସଆପ୍‌ରେ ଆସିଲା ଧମାକା ଫିଚର, ୯୯ ପ୍ରତିଶତ ଲୋକ ଜାଣିନାହାଁନ୍ତି

ନୂଆଦିଲ୍ଲୀ : ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ଏବେ ନିଜର କୋଟି କୋଟି ୟୁଜାରଙ୍କ ପାଇଁ ଏକ ବହୁତ କାମର ନୂଆ ଅପଡେଟ୍ ଆଣିଛି। ଏଣିକି ଆପଣଙ୍କ କଲ୍ ରିସିଭ୍ ନ ହେଲେ ମଧ୍ୟ ସିଧା କଲ୍ ସ୍କ୍ରିନ୍‌ରୁ ହିଁ ଭଏସ୍ ମେସେଜ୍ କିମ୍ବା ଭିଡିଓ ମେସେଜ୍ ଛାଡ଼ି ପାରିବେ। ବର୍ତ୍ତମାନ ଏହି ଅପଡେଟ୍ ଆଇଫୋନ୍ ଉପଭୋକ୍ତାଙ୍କ ପାଇଁ ଆପ୍ ଷ୍ଟୋରରେ ଉପଲବ୍ଧ ହୋଇସାରିଛି, ଶୀଘ୍ର ଆଣ୍ଡ୍ରଏଡ୍ ଓ ଅନ୍ୟ ଡିଭାଇସ୍‌ରେ ମଧ୍ୟ ଆସିବ।

ମିସ୍ଡ କଲ୍‌ରେ ସିଧା ଭଏସ୍ ମେସେଜ୍!

WABetaInfo ରିପୋର୍ଟ ଅନୁଯାୟୀ, କଲ୍ ନ ଉଠିଲେ ଏବେ ହ୍ୱାଟ୍ସଆପ୍ କଲ୍ ସ୍କ୍ରିନ୍‌ରେ “Record Voice Message” ଅପ୍ସନ୍ ଦେଖାଇଦେବ। ଆପଣ ସେଠାରୁ ହିଁ ଗୋଟିଏ ଛୋଟ ଅଡିଓ ରେକର୍ଡ କରିପାରିବେ ଏବଂ ସେହି ମେସେଜ୍ ଆପେ ଆପେ ଚାଟ୍‌ରେ ପଠାଇ ଦିଆଯିବ। ଜରୁରୀ କଥା ଶୀଘ୍ର କହିବାକୁ ପଡ଼ୁଥିଲେ ଟାଇପ୍ କରିବାକୁ ଆଉପଡ଼ିବନି।

ଭିଡିଓ କଲ୍ ମିସ୍ ହେଲେ ଛାଡ଼ନ୍ତୁ ଭିଡିଓ ମେସେଜ୍!

ଭଏସ୍ କଲ୍ ସହ ଭିଡିଓ କଲ୍ ମଧ୍ୟ ମିସ୍ ହେଲେ ସେହି ସ୍କ୍ରିନ୍‌ରୁ ହିଁ ଛୋଟ ଭିଡିଓ ମେସେଜ୍ ରେକର୍ଡ କରି ପଠାଇ ପାରିବେ। ଏହା କଥାବାର୍ତ୍ତାକୁ ଆହୁରି ବ୍ୟକ୍ତିଗତ ଓ ଜୀବନ୍ତ କରିଦେବ।

କଲ୍ ଟ୍ୟାବ୍‌ର ନୂଆ ରୂପ!

ହ୍ୱାଟ୍ସଆପ୍ ପୁରା କଲ୍ ଟ୍ୟାବ୍‌ର ଡିଜାଇନ୍ ବଦଳାଇ ଦେଇଛି। ନୂଆ “ଇଉନିଫାଇଡ୍ କଲ୍ ହବ୍”ରେ କଣ୍ଟାକ୍ଟ ଦେଖିବା, ଫେଭରିଟ୍ ମ୍ୟାନେଜ୍ କରିବା, ଗ୍ରୁପ୍ କଲ୍ ତିଆରି କରିବା – ସବୁ ଏକାଠି ମିଳିଯିବ। ଏବେ ଗୋଟିଏ ଟ୍ୟାପ୍‌ରେ ୩୨ ଜଣ (୧+୩୧) ପର୍ଯ୍ୟନ୍ତ ଗ୍ରୁପ୍ କଲ୍ ଆରମ୍ଭ କରିପାରିବେ।

Leave A Reply

Your email address will not be published.