Latest Odisha News

ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…

ନୂଆଦିଲ୍ଲୀ: ଯେତେବେଳେ ଜଣେ ସବୁ ପ୍ରକାର ଆଶା ଛାଡ଼ି ଦେଇଥାଏ, ସେ ଆତ୍ମହତ୍ୟା ଶେଷ ବାଟ ବାଛି ନେଇଥାଏ । ସେ ଭାବି ନେଇଥାଏ ଯେ ଆତ୍ମହତ୍ୟାକୁ ଏକମାତ୍ର ସମାଧାନ । ହେଲେ ଆପଣ ଜାଣନ୍ତି କି ମଣିଷ ମସ୍ତିଷ୍କ, ଯାହାକୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଏବଂ କମ୍ପ୍ୟୁଟରଠାରୁ ଦ୍ରୁତ ବୋଲି ବିବେଚନା କରାଯାଏ, ହଠାତ୍ ଆତ୍ମହତ୍ୟା କରିବା ବିଷୟରେ କିପରି ଚିନ୍ତା କରିବାକୁ ଆରମ୍ଭ କରେ?
ଏକ ସାମ୍ପ୍ରତିକ ରିପୋର୍ଟରୁ ଜଣାପଡିଛି ଯେ ଭିଟାମିନ୍ ଡି ଅଭାବ ଡିପ୍ରେସନ୍ ଏବଂ ଆତ୍ମହତ୍ୟା ସହିତ ଜଡିତ ହୋଇପାରେ।

ଏହି ଗବେଷଣା ମିଶିଗାନ ଷ୍ଟେଟ୍ ୟୁନିଭରସିଟିର କଲେଜ ଅଫ୍ ହ୍ୟୁମାନ୍ ମେଡିସିନ୍ ଏବଂ ସ୍ୱିଡେନର ଲୁଣ୍ଡ ୟୁନିଭରସିଟିର ଗବେଷକମାନେ ମିଳିତ ଭାବରେ କରିଥିଲେ। ଯେଉଁଥିରେ ଭିଟାମିନ୍ ଡି ଅଭାବ, ଶରୀରରେ ପ୍ରଦାହ ଏବଂ ଆତ୍ମହତ୍ୟା ପ୍ରୟାସ ମଧ୍ୟରେ ଏକ ଲିଙ୍କ ଚିହ୍ନଟ କରାଯାଇଥିଲା। ଏହି ଅନୁସାରେ, ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଲୋକଙ୍କଠାରେ ସାଧାରଣ ଅପେକ୍ଷା ବହୁତ କମ୍ ଭିଟାମିନ୍ ଡି ଥାଏ।
ଭିଟାମିନ୍ ଡି ଅଭାବର ପ୍ରଭାବ- ଏମଏସୟୁର ସହଯୋଗୀ ପ୍ରଫେସର ଲେନା ବ୍ରୁଣ୍ଡିନ୍ କହିଛନ୍ତି ଯେ ଏହି ଅଧ୍ୟୟନରେ ୫୯ ଜଣ ସ୍ୱିଡିସ ନାଗରିକଙ୍କୁ ସାମିଲ କରାଯାଇଥିଲା ଯେଉଁମାନେ ସମ୍ପ୍ରତି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ସେମାନଙ୍କର ସ୍ୱାସ୍ଥ୍ୟ ତଥ୍ୟକୁ ତିନୋଟି ଗ୍ରୁପ୍ ମଧ୍ୟରେ ତୁଳନା କରାଯାଇଥିଲା: ଗୋଟିଏ ଗ୍ରୁପ୍ ମାନସିକ ଭାବରେ ସୁସ୍ଥ ଥିବା ଏବଂ ଅନ୍ୟ ଯେଉଁମାନେ ଡିପ୍ରେସନରେ ପୀଡିତ ଥିଲେ। ଦ୍ୱିତୀୟ ଗ୍ରୁପ୍ ଡିପ୍ରେସନରେ ପୀଡିତ ଥିଲେ କିନ୍ତୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ନଥିଲେ, ଏବଂ ତୃତୀୟ ଗ୍ରୁପ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଲୋକମାନଙ୍କର ଥିଲା। ଏହି ଫଳାଫଳରୁ ଜଣାପଡିଛି ଯେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ୬୦ ପ୍ରତିଶତ ଲୋକଙ୍କର ଭିଟାମିନ୍ ଡି ସ୍ତର ବହୁତ କମ୍ ଥିଲା।

Leave A Reply

Your email address will not be published.