Latest Odisha News

BREAKING NEWS

୬ ଅଲିଭ୍ ରିଡଲେ କଇଁଛଙ୍କୁ ସାଟେଲାଇଟ୍ ଟ୍ୟାଗିଂ…

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥାରେ ଛଅଟି ଅଲିଭ୍ ରିଡଲେ କଇଁଛଙ୍କୁ ସରକାର ବୁଧବାର ଦିନ ସାଟେଲାଇଟ୍-ଲିଙ୍କ୍ଡ୍ ଟ୍ରାକିଂ ଡିଭାଇସ୍ ସହିତ ଟ୍ୟାଗ୍ କରିଥିବା ସୂଚନା ମିଳିଛି।

କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ମୋଟ ନଅଟି କଇଁଛ ଅର୍ଥାତ୍ ଚାରି ଅଣ୍ଡିରା ଏବଂ ପାଞ୍ଚଟି ମାଈ କଇଁଛଙ୍କୁ ଟ୍ୟାଗ୍ କରାଯିବ। ଏଥିସହିତ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣରେ ଆହୁରି ତିନୋଟି କଇଁଛଙ୍କୁ ଟ୍ୟାଗ୍ କରିବାର ଯୋଜନା ଥିବା ନେଇ ଜଣେ ବରିଷ୍ଠ ବନ ଅଧିକାରୀ ସୂଚନା ଦେଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ ଚିହ୍ନଟ କରିବା, ମାଛ ଧରିବା ଭଳି ବିପଦକୁ ହ୍ରାସ କରିବା, ଗତିଶୀଳ ସାମୁଦ୍ରିକ ସଂରକ୍ଷିତ କ୍ଷେତ୍ର ଡିଜାଇନ୍ କରିବା ଏବଂ କଇଁଛଙ୍କ ଜୀବନଚକ୍ର ବିଷୟରେ ଗଭୀର ଜ୍ଞାନ ହାସଲ କରିବା ଟ୍ୟାଗିଂର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି। ତେବେ ଏଥିରେ ଖାଦ୍ୟ ଏବଂ ପ୍ରଜନନ ପର୍ଯ୍ୟାୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏହା ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟମାନଙ୍କୁ ମଧ୍ୟ ଲାଭ ପହଞ୍ଚାଇବ ବୋଲି ଅଧିକାରୀ କହିଛନ୍ତି।

ଡିସେମ୍ବର ୧୭ ତାରିଖରେ ହୋଇଥିବା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ପିକେ ଝା କହିଛନ୍ତି। ତେବେ ଡିସେମ୍ବର ୨୧ରୁ ୨୪ ମଧ୍ୟରେ ଗହୀରମଥା ବେଳାଭୂମିରେ ଛଅଟି ପୁରୁଷ ଏବଂ ତିନି ମାଈ କଇଁଛଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଥିଲା।

Leave A Reply

Your email address will not be published.