ଭୁବନେଶ୍ବର:ବ୍ରାଉନ୍ସୁଗାର ବେପାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ସେସନ୍ କୋର୍ଟ-୩ । ଅଭିଯୁକ୍ତ ସେକ ହାସିମ ବକ୍ସକୁ ୨୦ବର୍ଷ ଜେଲ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡ ମିଳିଛି । ଯଦି ଏକ ଲକ୍ଷ ଟଙ୍କା ଜୋରିମାନା ନଦିଅନ୍ତି ଆହୁରି ଦୁଇ ବର୍ଷ ଜେଲ୍ ଦଣ୍ଡ ମିଳିବ । ୨୦୨୦ ମସିହା ୩୦ଅକ୍ଟୋବର ଦିନ ବରମୁଣ୍ଡାରେ ଧରାପଡ଼ିଥିଲା ଅଭିଯୁକ୍ତ । ଜଳେଶ୍ବରରୁ ବ୍ରାଉନସୁଗର ଆଣି ବରମୁଣ୍ଡାରେ କାରବାର ବେଳେ ଧରିଥିଲା STF । ୧୧୭୭ ଗ୍ରାମର ବ୍ରାଉନ୍ସୁଗାର ଧରାପଡ଼ିଥିଲା ।
ତେବେ ତିନି କୋଟି ଟଙ୍କାର ବ୍ରାଉନସୁଗର କାରବାର ମାମଲାରେ କୋର୍ଟ ୪୨ଟି ଦସ୍ତାବିଜ ୧୦ଜଣ ସାକ୍ଷୀଙ୍କ ଆଧାରରେ ଅଭିଯୁକ୍ତକୁ ଜେଲ ଦଣ୍ଡ ଶୁଣାଇଛନ୍ତି । କୋର୍ଟ ନିଶା କାରବାର କାରବାର ନେଇ ଏଭଳି ଜେଲ ଦଣ୍ଡ ଶୁଣାଇଛନ୍ତି ।