କଳାହାଣ୍ଡି: ସ୍ଥାନୀୟ ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟାରେ ୫ ଜଣ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସ । ସେମାନଙ୍କ ଠାରୁ ପ୍ରାୟ ୧୦ କେଜି ଗଞ୍ଜେଇ ଜବତ ହୋଇଛି । ତେବେ ସୂଚନାଥାଉକି ଅଭିଯୁକ୍ତମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି ।
ଅଭିଯୁକ୍ତମାନେ ହେଲେ ରାହୁଲ ସୁରେଶ ରାଉତ(୨୭), ଅଙ୍କେଶ ରାମସିଂ ପାଲ(୨୩), ବିକାଶ ଦିଲୀପ ନନ୍ଦଗୌରୀ(୧୯), ଦୀପସିଂ ଟାକ(୨୧), ଗୁରପ୍ରିତ୍ ସିଂ ଟାକ (୩୧) ।
ଖବରମୁତାବକ, ଅଭିଯୁକ୍ତମାନେ ରାୟପୁର ହୋଇ ନାଗପୁର ଯିବା ପାଇ କେସିଙ୍ଗା ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ରହିଥିଲେ । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ୫ ଜଣ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ।
ତେବେ ଆଇଆଇସି ଜୀତେନ୍ଦ୍ର ବିଶ୍ଵାଳଙ୍କ ସମେତ ଏସ ଆଇ ଅରକ୍ଷିତ ମାଝୀ, ଏସ ଆଇ ରେଣୁକା ଖେସ ଏବଂ ଏ ଏସ ଆଇ ନୀତିନ ଚତୁର୍ବେଦିଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବ ରେ ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଉପସ୍ଥିତରେ ଗଞ୍ଜେଇ ଜବତ କରାଯାଇଛି ।
ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଲା ଓ କିପରି ଆସିଲା ତାହାର ତଦନ୍ତ ଆରମ୍ଭ କରିଛି ।